*ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ କୃଷୀ ଉଦ୍ୟୋଗ ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ l ୮ଟି ପ୍ରସ୍ତାବକୁ ମୋହର l*
ନୂଆପଡ଼ା( ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟମନ୍ତ୍ରୀ କୃଷୀ ଉଦ୍ୟୋଗ ଯୋଜନାର ଜିଲ୍ଲା ସ୍ତରୀୟ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକରେ ମୋଟ ୮ଟି ପ୍ରସ୍ତାବ ଉପସ୍ଥାପନ କରାଯାଇ ସବୁ ପ୍ରସ୍ତାବକୁ ଅନୁମୋଦନ କରି ସବୁଜ ସଙ୍କେତ ପ୍ରଦାନ କରାଯାଇଛି । ଏହି ପ୍ରସ୍ତାବ ଗୁଡିକ ମଧ୍ୟରେ କୃଷୀ ଏବଂ ଗ୍ରାମ୍ୟ ଉନ୍ନୟନ (ଏଆରଡି) ବିଭାଗ ତରଫରୁ ୨ଟି ବ୍ରଏଲର ଫାର୍ମ, ୪ଟି ଡାଇରି ଫାର୍ମ, କୃଷି ବିଭାଗ ତରଫରୁ ୨ଟି ମୁଲଟିପରପଜ ରୁରାଲ ଗଡଉନ ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବ ଗୁଡିକର ମୋଟ ପ୍ରକଳ୍ପ ମୂଲ୍ୟ ରୁପେ 4,17,94,425 ଟଙ୍କା ରହିଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଏମ ଡିଆଇସି ସମୀର ମୁଦୂଲି, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ, ଏଡିଏଚ୍ ହରେକୃଷ୍ଣ ଚାନ୍ଦ ହାଁସଦା , ଡିଡିଏମ ନାବାର୍ଡ ସୁନାରାମ ମାଝୀ, ସିଡିଭିଓ ସୁଭେନ୍ଦୁ ରାୟ, ଏଲଡିଏମ ହରି ଶଙ୍କର ନିଆଲ, ଡିଏମ ଏପିକଲ୍ ସୁନ୍ଦିପ କୁମାର ଜୋଜୋ, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ ।
