୬୮୦ ଗ୍ରାମର ବ୍ରାଉନ ଶୁଗାର ଜବତ,୨ଗିରଫ
କାମାକ୍ଷାନଗର- (ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା)
କାମାକ୍ଷାନଗର ଅବକାରି ବଭାଗର ବଡ ସଫଳତା l ୬୮୦ ଗ୍ରାମ ର ବ୍ରାଉନସୁଗାର ଜବତ।ଯାହାର ଆନୁ୍ମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ।ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ସହର ର ମୁଣ୍ଡିଦେଉଳି ସାହି ରେ ବ୍ରାଉନସୁଗାର କାରବାର ନେଇ ଚଢ଼ାଉ କରିଥିଲା ଅବକାରୀ ବିଭାଗର ଦୁଇଟି ଟିମ l ଗିରଫ ଦୁଇ ଜଣ ମା ଓ ପୁଅ ହୋଇଥିବା ବେଳେ ଚଢ଼ାଉ ବେଳେ ଅନ୍ୟ ଜଣେ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କହିଛି ଅବକାରି ବିଭାଗ।ଅବକାରି ବିଭାଗକୁ ଚକମା ଦେଇ ବହୁ ଦିନ ହେଲା ମାଆ ପୁଅ ଏଠାରେ ବ୍ୟବସାୟ କରିଆସୁଥିଲେ।କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବ୍ୟବସାୟ ବଢି ଚାଲିଥିବା ବେଳେ ବିଶେଷ କରି ଯୁବପିଢି ମାନେ ଏଥିରେ ନିୟୋଜିତ ରହୁଥିଲେ।ଫେରାର ଥିବା ଅଭିଯୁକ୍ତକୁ ଗିରଫ ପାଇଁ ଅବକାରି ବିଭାଗ କହିଥିବା ବେଳେ ଆହୁରି ଅଧିକ ତଦନ୍ତ ଜାରି ରହିଛି।ଏତେ ପରିମାଣର ଜବତ ହେବା ଢେଙ୍କାନାଳ ଜିଲ୍ଲାରେ ଏହା ପ୍ରଥମ ଘଟଣା।ତେଣୁ କେଉଁ ଅଞ୍ଚଳରୁ ଏହା ଆସୁଥିଲା ସେନେଇ ତଦନ୍ତ କରିବା ସହ ରାଜ୍ୟ ବାହାରର ବ୍ରାଉନଶୁଗାର ବେପାରିଙ୍କ ସହିତ ସଂପର୍କଥିବା ଅନୁମାନ କରିଛି ଅବକାରି ବିଭାଗ।
