*ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ପକ୍ଷ ରୁ ମଣ୍ଡି ସମସ୍ୟା ସୁଧାର ଆଣିବା ନେଇ ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଙ୍କୁ ଦାବୀପତ୍ର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ପକ୍ଷ ରୁ ଆବାହକ ସଂଜୟ ତିୱାରୀ ମଣ୍ଡି ସମସ୍ୟା ସୁଧାର ଆଣିବା ସହ ଆନୁସାଙ୍ଗିକ ବ୍ୟବସ୍ଥା ଏବଂ ବ୍ୟବସ୍ଥିତ ଢଙ୍ଗରେ ଧାନ କିଣା ବିକା ହେବା ପାଇଁ ଦାବି କରିଥିଲେ। ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ନୂଆପଡ଼ା ସର୍କିଟ ହାଉସ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀ ଦେବା ବେଳେ ଅଭିନନ୍ଦନ ପଣ୍ଡା, ଚତୁର୍ଭୁଜ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।
