**ଦାଦନ ଶ୍ରମିକ ରୂପେ ରାଜ୍ୟ ବାହାରକୁ ଯାଇ ପୁଅ ଫେରି ନଥିବା ଅଭିଯୋଗ,ମାଁ ଙ୍କ କରୁଣ କାହାଣୀ, ପୁଅ କୁ ଉଦ୍ଧାର ପାଇଁ ବିଭିନ୍ନ ଦ୍ଵାର ନେହୁରା ହେଉଛନ୍ତି ମାଁ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାଲେଶ୍ଵର ଗ୍ରାମ ର ପନବାଇ ରାଉତ ଆଜି ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କୁ ସାକ୍ଷାତ କରି ଦାଦନ ଶ୍ରମିକ ରୂପେ ରାଜ୍ୟ ବାହାରକୁ ଯାଇ ପୁଅ ଫେରି ନଥିବା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଙ୍କୁ ତାଙ୍କ ମାଁ ପାନବାଇ ରାଉତ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ ପରେ ଡିଜି ପୋଲିସଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମର ଜଣେ ଦଲାଲ ତାଙ୍କ ପୁଅ ଙ୍କୁ ନେଇ ଦାଦନ ରୂପେ ପଠାଇଥିଲେ। ସେହି ଦିନ ଠାରୁ ତାଙ୍କ ପୁଅ ଦୀର୍ଘ ୪ ବର୍ଷ ହେବ ନିଖୋଜ ଥିବା ଜଣାଇଛନ୍ତି। ଗ୍ରାମ ଦଲାଲ ମାଁ ଙ୍କୁ ଧମକ ଚମକ୍ ଦେଉଥିବା ବେଳେ ଏକ ଲକ୍ଷ ଟଙ୍କା ନେଇ ଚୁପ ରହିବାକୁ ଗାଳି ଗୁଲଜ କରିଥିବା ମାଁ ପ୍ରକାଶ କରିଛନ୍ତି।
