କୋରାପୁଟ ଉଚ୍ଚ ବିଦ୍ୟାଳୟରେ 77ତମ ଜାତୀୟ ସମର ଶିକ୍ଷାର୍ଥୀ (NCC)ଦିବସ l
କୋରାପୁଟ ତା/23/11/ଆଜି ସ୍ଥାନୀୟ ସରକାର ଉଚ୍ଚ ବିଦ୍ୟାଳୟ, କୋରାପୁଟ ଠାରେ 77ତମ ଜାତୀୟ ସମର ଶିକ୍ଷାର୍ଥୀ ଦିବସ ପାଳିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାସିନୀ ପଣ୍ଡା ଯୋଗଦେଇ ପତାକା ଉତ୍ତୋଳନ କରିବା ସହ,ପ୍ୟାରଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ଓ ପିଲାଙ୍କୁ ଏହି ଦିବସର ତାପଯ୍ୟ ଉପରେ ବୁଝାଇବା ସହ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ l ଏ ସମସ୍ତ କାର୍ଯ୍ୟକ୍ରମ କୁ ଆସୋସିଏଟ ଏନ. ସି.ସି ଅଫିସର ଶ୍ରୀ ଭୀମ ବେହେରା ପରିଚାଳନା କରିଥିଲେ ଏବଂ ଏନ.ସି.ସି କ୍ୟାଡେଟ ଓ ଶିକ୍ଷକ ଶିକ୍ଷୟତ୍ରୀ, ମିଶିକି ଦେଶାତ୍ମକ ସଂଗୀତ ଗାନ କରିଥିଲେ l ଏଥିରେ ଶ୍ରୀମତୀ ନନ୍ଦିନୀ ଖିଲ, ଶ୍ରୀମତୀ ମଧୁସ୍ମିତା ପାଣିଗ୍ରାହୀ,ଶ୍ରୀମତୀ ସସ୍ମିତା ସାହୁ, ମିସ ମଞ୍ଜୁରୀ ଷଣ୍ଢ ,ମିସ ଅରୂପମୟୀ ସାମଲ, ମିସ ମମିତା ବୁରୁଡି, ଶ୍ରୀମତୀ ସୂଚରିତl ପଟନାୟକ,ଶ୍ରୀ ଅlସୁବିଳାସ ବିଶ୍ୱାଳ ଓ ଶ୍ରୀ ଶାନ୍ତନୁ କୁମାର ପାଢ଼ୀ ଯୋଗ ଦେଇଥିଲେ ଲ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
