ଭୋଳେଶ୍ୱର ଜନାର୍ଦ୍ଦନ ଉଚ୍ଚ ନୋଡାଲ ବିଦ୍ୟାଳୟର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ
ସୋର,(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସୋର ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁର ଭୋଳେଶ୍ୱର ଜନାର୍ଦ୍ଦନ ନେଡାଲ ହାଇସ୍କୁଲର ୬୨ ତମ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀର ପ୍ରସ୍ତୁତି ବୈଠକ ସଭାପତି ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତିନିଦିନିଆ ଏହି କାର୍ଯ୍ୟକ୍ରମରେ ପ୍ରତେକ ଦିନ ଦୁଇ ଦୁଇଟି ଅଧିବେଶନ ପାଇଁ ବହୁ ପ୍ରତିଷ୍ଠିତ ବ୍ୟକ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ବା ଅନାନ୍ୟ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ହୀରକ ଜୟନ୍ତୀ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବାର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଅନାନ୍ୟ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଗୁଡିକ ଉପରେ ଉପସ୍ଥିତ ସଭ୍ୟମାନଙ୍କର ସକରାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସଭ୍ୟ କରୁଣାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
