କବିତା ପୁସ୍ତକ ‘କବିତା ନିର୍ଝର’ ଲୋକାର୍ପିତ
ସୋର, (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ଲେଖକର ଭାବ ସହିତ ପାଠକର ଆବେଗ ସମ୍ମିଶ୍ରିତ ହେଲେ କବିତା ସଫଳତା ଲାଭ ପୂର୍ବକ କାଳଜୟୀ ହୁଏ। କବିତା ବୁଝିପାରେ ଦୁଃଖର ରଙ୍ଗ, ବେଦନାର ଗନ୍ଧ, କବିତା ବି ବୁଝିପାରେ ଆନନ୍ଦଉଲତ୍ସ ବୋଲି ସୋର ସଂସ୍କୃତି ଭବନଠାରେ କବି ରବୀନ୍ଦ୍ର କୁମାର ଦାସଙ୍କ ପ୍ରଥମ କବିତା ପୁସ୍ତକ ‘କବିତା ନିର୍ଝର’ ଲୋକାର୍ପିଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗାଁ ମଜଲିସ୍ ସାହିତ୍ୟ ସଂସଦର ସଭାପତି ଡ. ରମାକାନ୍ତ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକର୍ପଣ ଉତ୍ସବକୁ ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି ଉଦ୍ଘାଟନ କରି କହିଲେ ଯେ କବିଟିଏ ଚାହେଁ କାବ୍ୟମୟ ହୋଇଯାଉ କବିତା, ସମସ୍ତେ କବିତାର ଶବ୍ଦରେ କଥା ହୁଅନ୍ତୁ, ସମଗ୍ର ଦୁନିଆ ଲାଗୁ କବି କବି। ମୁଖ୍ୟ ଅତିଥି ଭାବେ ଗାଳ୍ପିକ ପବତ୍ର ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ ଲେଖକର ଭାବ ସହିତ ପାଠକର ଆବେଗ ମିଶିଗଲେ କବିତା ସଫଳତାଲାଭ କରେ। କବିତାର ଦୁର୍ବୋଧ୍ୟତା ଓ ପାଠକର ଗ୍ରହଣୀୟତା ସଂପର୍କରେ ବିସ୍ତୃତ ଆଲୋଚନା କରି ମୁଖ୍ୟବକ୍ତା ଭାବେ କବି କିଶୋର ପାଣିଗ୍ରାହୀ କହିଲେ ଯେ ଉଚ୍ଚାଙ୍ଗ କବିତାର ସ୍ୱାଦ ଗ୍ରହଣ ପାଇଁ ପାଠକ ପ୍ରସ୍ତୁତି ନେବା ଆବଶ୍ୟକ। ସମୀକ୍ଷକ ଭାବେ ଡ. ରବୀନ୍ଦ୍ର ବିହାରୀ ପୁସ୍ତକର ସନ୍ନିବେଶିତ କବିତାଗୁଡ଼ିକର ଶୈଳୀ, ବିଷୟ ଚର୍ଯ୍ୟା ପାରଂପାରିକ ହୋଇଥିଲେ ସୁଦ୍ଧା ନୂତନତ୍ୱର ବର୍ତ୍ତା ପ୍ରଦାନ କରେ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ପଦ୍ମଲୋଚନ ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ଦାମୋଦର ଦାଶ ମହାପାତ୍ର ଏବଂ ଦେବେନ୍ଦ୍ର କୁମାର ପ୍ରଧାନ କବିଙ୍କ ଉନ୍ମୋଚିତ ପୁସ୍ତକର କବିତା ସଂପର୍କରେ ଆଲୋଚନା କରିଥିଲେ। ସଭାପତି ଡ. ବେହେରା କବି ଶ୍ରୀ ଦାସଙ୍କ ସମ୍ଭାବନାମୟ କାବ୍ୱିକ ଜୀବନର ଉତ୍ତରୋତ୍ତର କମନା କରିଥିଲେ। ଉଦ୍ଧବ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚେମେଇ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ମହେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଚନ୍ଦ୍ରମୋହନ ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ। ଦ୍ୱୀତିୟ ଅଧିବେଶନ କବିତାପାଠୋତ୍ସବରେ ବିଜୟ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସଂଯୋଜନା କରିଥିଲେ ସସ୍ମିତା ରାଉତ ଓ ଡ.ରଶ୍ମିରାଣୀ ଦାସ। କବି ନବକିଶୋର ଦାସ, ସୁରେନ୍ଦ୍ରନାଥ ବାରିକ, ଭରତ ଚନ୍ଦ୍ର ଦାଶ, ଶାନ୍ତିଲତା ସେଠୀ, ଚେମେଇ ଦାସ, ମୁରଲୀଧର ପାଢ଼ୀ, ଲମ୍ବୋଦର ମିଶ୍ର, ଚକ୍ରଧର ପାଢ଼ୀ, ନିତ୍ୟାନନ୍ଦ ପାଣିଗ୍ରାହୀ, ଅଭୟ ପତ୍ରୀ, ପ୍ରତିଭା ମଞ୍ଜରୀ ଜେନା, ମହେଶ୍ୱର ପଣ୍ଡା, ପ୍ରଦୀପ କୁମାର ମହାନ୍ତି, ଭାଗ୍ୟଶ୍ରୀ ଦେ, ମହେନ୍ଦ୍ର ସାହୁ, ସଂଧ୍ୟାରାଣୀ ଦାସ, ଜ୍ୟୋତିରଂଜନ ଜେନା, ରାମଚନ୍ଦ୍ର ପୃଷ୍ଟି, କୃଷ୍ଣା ପ୍ରଧାନ, ବ୍ରଜକିଶୋର ପାଲ, ଅଚ୍ୟୁତ୍ କୁମାର ପଣ୍ଡା, ଉଦ୍ଧବ ଚରଣ ବିଶ୍ୱାଳ, ଓ ଦାଶରଥି ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ।
