ନୂଆପଡ଼ାରେ ବିଜେପିର ସୁନାମୀ ଝଡ଼ ! କଂଗ୍ରେସ ସହ ବିଜେଡ଼ି ବି ଖୋଜିଛି ନିଜସ୍ୱ ଭୋଟ !
ଆଗରୁ ଯାହା ଆକଳନ କରାଯାଇଯାଇଥିଲା ଯେ, ନୂଆପଡ଼ା ବାସୀ ନିର୍ବାଚନ କ୍ଷେତ୍ରରେ ସିଦ୍ଧାନ୍ତ ନେବାରେ ଖୁବ ସିଦ୍ଧହସ୍ତ। ସବୁବେଳେ ନୂଆପଡ଼ା ବାସୀ ସରକାରଙ୍କୁ ଲକ୍ଷ୍ୟରେ ରଖି ଭୋଟ ଦେଇଥାନ୍ତି। ନିର୍ବାଚନ ହେଉ ଅବା ଉପ ନିର୍ବାଚନ, ସେମାନଙ୍କ ଲକ୍ଷ୍ୟରେ ସରକାରୀ ଦଳକୁ ବେଶ ସମର୍ଥନ ଦେଇ ଆସୁଥିବା ନଜିର ରହିଛି।୧୯୯୦ ରେ ବିଜୁ ବାବୁଙ୍କ ଐତିହାସିକ ବିଜୟ ପରେ ୧୯୯୦ ରେ ଜନତା ଦଳକୁ ଭୋଟ ଦେଇଥିବା ନୂଆପଡ଼ା ବାସୀ ପୁଣି ଥରେ ବିଜୁ ବାବୁଙ୍କୁ ଲକ୍ଷ୍ୟରେ ରଖି ୧୯୯୫ ରେ ବି ଜନତା ଦଳକୁ ଭୋଟ ଦେଇଥିଲେ। ହେଲେ ଅଚାନକ ବିଜୁ ବାବୁଙ୍କ ବଦଳରେ କଂଗ୍ରେସ ସରକାର ଗଢ଼ିବାକୁ ସକ୍ଷମ ହୋଇଥିବା ବେଳେ, ୧୯୯୭ ଉପ ନିର୍ବାଚନରେ ନୂଆପଡ଼ା ବାସୀ କଂଗ୍ରେସ ପ୍ରାର୍ଥୀଙ୍କୁ ହିଁ ଜିତାଇଥିବା ନଜିର ରହିଛି। ତେବେ ନୂଆପଡ଼ାରେ ଆଦିବାସୀ ଓ ମହିଳା ଭୋଟର ନିର୍ଣାୟକ ଭୂମିକା ନେଇ ଆସୁଥିବା ବେଳେ, ଚଳିତ ନିର୍ବାଚନରେ ବିଜେପିର ରଣନୀତି ସହ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଜଣେ ଆଦିବାସୀ ନେତା! କେବଳ ସେତିକି ନୁହେଁ, ବିକାଶ ଆଭିମୁଖ୍ୟରେ ରହିଥିବା ନୂଆପଡ଼ା ବାସୀ ସରକାରଙ୍କ ସପକ୍ଷରେ ଯିବା ସ୍ୱଭାବିକ କଥା ହୋଇଥିବା ବେଳେ, ଭୋଟ ବ୍ୟବଧାନକୁ ନେଇ ଉଭୟ କଂଗ୍ରେସ ଆଉ ବିଜେଡ଼ି ଚକିତ ହୋଇ ଯାଇଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବିଗତ ଦିନରେ ବିଜେପୁର ଉପ ନିର୍ବାଚନରେ ବିଜେଡ଼ିର ରୀତା ସାହୁ ଲକ୍ଷାଧିକ ଭୋଟ ପାଇଥିବା ନଜିର ରହିଥିବା ବେଳେ, ଯାହା ଶୁଣିବାକୁ ମିଳୁଛି, ନୂଆପଡ଼ାରେ ଏଥର ଆଶା ଠାରୁ ଅଧିକ ପୋଲିଂ ହୋଇଥିବା ଯୋଗୁଁ ବିଜେପିର ପ୍ରାର୍ଥୀ ବି ଲକ୍ଷାଧିକ ଭୋଟ ପାଇ ଜିତିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଉଭୟ କଂଗ୍ରେସ ଆଉ ବିଜେଡ଼ିର ଭୋଟ ବିଭାଜନ ହୋଇ ବିଜେପି ଖାତାକୁ ଯାଇଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଥିବା ବେଳେ, ବିଜେପିର ବାଜିମାତ, କଂଗ୍ରେସ ଆଶ୍ବସ୍ତ ଆଉ ବିଜେଡ଼ି ନିରାଶ ହୋଇଥିବା କୁ ନେଇ ବି ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
