ପୋଲିସ ର ଅବେହେଳା ନେଇ ଜାତୀୟ ମାନବାଅଧିକାର ଆୟୋଗରେ ଅଭିଯୋଗ ।
ଗତ ସୋମବାର ଦିନ ନିଜ ପ୍ରେମିକାର ଗଳା କୁ ତୀକ୍ଷ୍ଣ ଅସ୍ତ୍ର ରେ କାଟି ହତ୍ୟା ଘଟଣାରେ ବାସୁଦେବପୁର ଅଞ୍ଚଳର ଅଭିଯୁକ୍ତ ବିଶ୍ବରଂଜନ ସୋର ଓ ବାସୁଦେବପୁର ପୋଲିସ ହାତରେ ଧରା ପଡ଼ିବା ପରେ ବିଷ ପିଇ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ଏବଂ ପରବର୍ତ୍ତୀ ସମୟରେ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ କୁ ସ୍ଥାନାନ୍ତରିତ ହୋଇଛି। ସୋର ପୋଲିସ ଇଟୁଆ ରେଳ ଫାଟକ ନିକଟରୁ ଅଭିଯୁକ୍ତ ବିଶ୍ୱରଂଜନ ଏବଂ ମୃତ ଜ୍ୟୋତିର୍ମୟୀ ଙ୍କ ମୋବାଇଲ ଜବତ କରିଛି।
ଉଲ୍ଲେଖଯୋଗ୍ୟ ନରହନ୍ତା ବିଶ୍ୱରଂଜନ
ମୃତ ଜ୍ୟୋତିର୍ମୟୀ ଙ୍କୁ ନାନା ଧମକ ଚମକ ଦେଉଥିବା ନେଇ ସୋର ଥାନା ରେ ସେ ବାରମ୍ବାର ଲିଖିତ ଏବଂ ମୈଖିକ ଅଭିଯୋଗ କରିଥିଲେ। ମାତ୍ର ସୋର ପୋଲିସ୍ ର ତତ୍ପରତା ପ୍ରକାଶ ନ କରିବାରୁ ଏତେବଡ ଘଟଣା ଆଜି ଘଟି ଯାଇଛି ବୋଲି ମାନବାଧିକାର ନିକଟରେ ଅଭିଯୋଗ ହୋଇଛି ଏବଂ ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ଦେବା ସହ ଜ୍ୟୋତିର୍ମୟୀ ଙ୍କ ପରିବାର କୁ ସଠିକ୍ ନ୍ୟାୟ ପ୍ରଦାନ ନିମନ୍ତେ ଦାବି ହୋଇଛି। ତତ୍କାଳୀନ ଥାନା ଅଧିକାରିଣୀ ଇତିପ୍ରିୟା ଦାଶ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏତେ ବଡ ଘଟଣା ଘଟି ନଥାନ୍ତା ବୋଲି ଜନସାଧାରଣ ମତ ଦେଇଛନ୍ତି । ପୋଲିସ୍ କାହିଁକି ଘଟଣା କୁ ଗୁରୁତ୍ବ ନଦେଇ କେସ ଡାଏରୀ କରି ଚୁପ୍ ବସିଥିଲା ଲୋକଙ୍କ ମନରେ ନନା ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ଅଭିଯୋଗ କରିବାର ଦୁଇ ଦିନ ପରେ ବିଶ୍ବରଞ୍ଜନ ତାଙ୍କୁ ହତ୍ୟା କଲା। ପୋଲିସ୍ ପାଖରେ ପର୍ଯ୍ୟାପ୍ତ ସମୟ ଥିଲା ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ। ହତ୍ୟା ଘଟଣାର ପରଦିନ ଅର୍ଥାତ୍ ମଙ୍ଗଳବାର ଦିନ ଥାନା ଅଧିକାରିଣୀ ଙ୍କ ,ହଠାତ୍ ବଦଳି କରାଗଲା ପୋଲିସ ମୁଖ୍ୟାଳୟକୁ। ତତ୍କାଳୀନ ଥାନା ଅଧିକାରିଣୀ ଙ୍କ ଦେହ ଖରାପ ଥିବା ଓ ଚିକିତ୍ସା ହେଉଥିବା ନେଇ ସହକର୍ମୀ ମାନେ ପ୍ରକାଶ କରିଛନ୍ତି। ଯଦି ଦେହ ଖରାପ ଥିଲା ସୋର ଭଲି ଏକ ସମ୍ବେଦନଶୀଳ ଥାନା ତାଙ୍କୁ କଣ ଚାର୍ଜ ଦିଆଯାଇଥିଲା ବୋଲି ପ୍ରଶ୍ନ ଉଠେ ? ଥାନା ଅଧିକାରିଣୀ ସୋର ରେ ମାତ୍ର ୧୦/୧୫ ଦିନ ଥିଲେ। ଏହି ଦିନ ମାନଙ୍କରେ ସୋର ରେ ଏକ ହତ୍ୟା, ବ୍ୟାଚ କର୍ମଚାରୀ ଙ୍କୁ ହାଣି ୭ ଲକ୍ଷ ଲୁଟ୍ ଇତ୍ୟାଦି ଅଘଟଣ ଘଟିଛି। ତେବେ ଜ୍ୟୋତିର୍ମୟୀ ଙ୍କ ହତ୍ୟା ଘଟଣାରେ ପୋଲିସ ଅବହେଳା କୁ ଦାୟୀ କରି ଓଡିଶା ମାନବାଧିକାର କର୍ମୀ ରାଜେନ୍ଦ୍ର ମଲ୍ଲିକ ସଠିକ୍ ତଦନ୍ତ କରିବା ପାଇଁ ଜାତୀୟ ମାନବାଧିକାର କମିଶନ ଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣା ସଠିକ୍ ତଦନ୍ତର ଆବଶ୍ୟକତା ସହ ମୃତ ଜ୍ୟୋତିର୍ମୟୀ ଙ୍କ ପରିବାର କୁ ଉଚିତ୍ ନ୍ୟାୟ ଦେବା ପାଇଁ ସେ ଅନୋରୁଧ କରିଛନ୍ତି ।
