
————————————————–
*ବାଲେଶ୍ଵର :…..ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟର ବିଜ୍ଞାନ ପରିଷଦ ଆନୁକୁଲ୍ୟରେ ବିଜ୍ଞାନ ପରିଷଦର ବାର୍ଷିକୋତ୍ସବ ଓ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ଃ ତପନ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଜ୍ଞାନ ପରିଷଦର ସଭାପତି ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ପରିଷଦର ଉପସଭାପତି ଅଧ୍ୟାପକ ଜୟକୃଷ୍ଣ ସାହୁ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ବସନ୍ତ କୁମାର ଭୋଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଅଧ୍ୟାପକ ପ୍ରେମାନନ୍ଦ ସେଠୀ, ପ୍ରଶାସନିକ ଅଧିକାରୀ ସରୋଜ କୁମାର ପାଣି ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଭୋଇ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ବିଜ୍ଞାନ ଯୁବ ନେତୃତ୍ୱ ସୃଷ୍ଟି କରିବା ନିମିତ୍ତ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମତ ପ୍ରକାଶ କରିଥିଲେ । ବୈଜ୍ଞାନିକ ଚିନ୍ତାଧାରା ଛାତ୍ରଛାତ୍ରୀ ମାନଙ୍କୁ ଶ୍ରେଷ୍ଠ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଅଧ୍ୟାପକ ଶମ୍ଭୁନାଥ ଗିରି, ଡ. ଶାନ୍ତନୁ କୁମାର ଜେନା, ଡ. ଅର୍ଦ୍ଧେନ୍ଦୁ କୁମାର ଦାଶ, ଶ୍ରବଣ ନାୟକ, ଅଧ୍ୟାପିକା କାବେରୀ ସାହୁ, ବାସନ୍ତୀ ସାହୁ, ରଧାଗୋବିନ୍ଦ ମହାନ୍ତି, ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଶୋକ ମଢୁଆଳ, ଓମବ୍ରତ ବେହେରା, ବୀଣାପାଣି ଗିରି, ଜ୍ୟୋତିର୍ମୟୀ ପତି, ସଞ୍ଜୟ କୁମାର ପ୍ରଧାନ, ଶିବା ବାରିକ, ସିଦ୍ଧି ପ୍ରତୀକ, ଦମୟନ୍ତୀ ମାଇତି, କୃଷ୍ଣାପ୍ରିୟା ସିଂ, ବିକାଶ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ଅବସରରେ ନୀଳମଣି ମହାବିଦ୍ୟାଳୟର କଲେଜ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଥିଲା । ୨୦୨୩-୨୪ ଶିକ୍ଷା ବର୍ଷରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ପ୍ରଭୃତି ବିଭାଗ ଓ +୨-ବିଜ୍ଞାନରେ ସର୍ବାଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ର ଓ ଡ. ଅନ୍ନପୂର୍ଣ୍ଣା ରଣା ଓ ଡ. ରୋଜାଲିନ ସ୍ବାଇଁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାଚୀରପତ୍ର ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ଓ ପୁରସ୍କାର ବିତରଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ବିଜ୍ଞାନ ପରିଷଦର ଉପଦେଷ୍ଟା ବାସନ୍ତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।