ଭବାନୀପାଟଣା, ( ) ପ୍ରାଥମିକ ଶିକ୍ଷ୍ୟାକୁ ସୁଦୃଢ, ଆନନ୍ଦଦାୟିକ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷ୍ୟାର ଗୁଣାତ୍ମକ ମୂଲ୍ୟ ବୋଧ ଏବଂ ଶିକ୍ଷ୍ୟା ପ୍ରତି ଆକୃଷ୍ଠ କରିବା ନିମନ୍ତେ ଭବାନୀପାଟଣା ବ୍ଲକ ସ୍ତରୀୟ “ନିପୁଣ ଓଡିଶା ମେଳା” ସ୍ଥାନୀୟ ପୁରୁଣାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମହା ଉତ୍ସାହପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଭବାନୀପାଟଣା ସଦର ବ୍ଲକ ଶିକ୍ଷ୍ୟାଧିକାରୀ ଶ୍ରୀଯୁକ୍ତ ଅଚାରୀ ଶବର ଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ସଭାରେ
ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ, ମୁଖ୍ୟ ବକ୍ତା ଭାବେ ଡି. ଆ ଇ.ଇ.ଟି.ର ବରିଷ୍ଠ ଶିକ୍ଷକ ପ୍ରାଶିକ୍ଷିକା ଶ୍ରୀମତୀ ନିହାରିକା ଦେବୀ। ସମ୍ମାନିତ ଅତିଥି ଭାବରେ ବି.ଆର. ସି.ସି.ଶ୍ରୀଯୁକ୍ତ ଜୟକୁମାର ମାଝୀ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହୃଷିକେଶ ନାଏକ, ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମୁଣ୍ଡ ,ସ୍ଥାନୀୟ କାଉଁନସିଲର ମାନସି ଜେନା , ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ,ସି.ଆର.ସି.ସି.ସ୍ୱାଧିନି ସାହୁ ,ଏସ. ଏମ୍. ସି.ଚେୟାର ପରସନ ପ୍ରମିଳା ଭତ୍ରା, ପ୍ରମୁଖ ମଞ୍ଚସିନ ହୋଇ କ୍ରଯ୍ୟକ୍ରମର ସୁଭାରମ୍ବ କରିଥିଲେ । ଶିଶୁ ମାନଙ୍କ ଦ୍ୱାରା ନିପୁଣ ଓଡ଼ିଶା ସଂଗୀତ ପରିବେଷଣ ପରେ ସମସ୍ତଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା। ମଞ୍ଚାସିନ ଅତିଥି ବୃନ୍ଦ ଟି.ଏଲ.ଏମ୍.ମେଳା ର ଷ୍ଟଲ ଗୁଡିକୁ ଫିତା କାଟି ଉନ୍ମୋଚନ କରିଥିଲେ। ଏହି ବ୍ଲକ ସ୍ତରୀୟ ମେଳାରେ ବ୍ଲକ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଏଫ. ଏଲ.ଏନ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଏବଂ ଅବିଭାବକ, ଏସ.ଏମ୍.ସି.ସଦସ୍ୟ ,ପି.ଆର.ଆଇ. ମେମ୍ବର, ଅଙ୍ଗନବାଡି କର୍ମୀ ମାନେ ଯୋଗଦାନ କରି , ଟି. ଏଲ.ଏମ୍.ଷ୍ଟଲ ଯଥା -ଶିକ୍ଷାଣ୍ କେନ୍ଦ୍ର ୧ ନିପୁଣ ଓଡିଶା ଶିକ୍ଷାର୍ଥୀ ଏବଂ ଅବିଭାବକଙ୍କ ପାଇଁ, ଶିକ୍ଷଣ କେନ୍ଦ୍ର ୨- କାହାଣୀ କହିବା ଭୂମିକା ନିର୍ବାହ, ଶିକ୍ଷଣ କେନ୍ଦ୍ର ୩-ଶିକ୍ଷକ ମାନଙ୍କ ପାଇଁ ଅଭିନବ ଟି.ଏଲ.ଏମ୍.ଏବଂ ଅଭ୍ୟାସ ପ୍ରଦର୍ଶନ , ଶିକ୍ଷଣ କେନ୍ଦ୍ର-୪ ଶିକ୍ଷକ ମାନଙ୍କ ପାଇଁ ଲା ଇଭ.କ୍ଲାସ ,ଆଦି କେନ୍ଦ୍ର ପରିଦର୍ଶନ କରି ଶିକ୍ଷକ ଶିକ୍ଷ୍ୟୟତ୍ରୀ ପ୍ରଦର୍ଶିତ ଶିକ୍ଷଣ ସାମଗ୍ରୀ ଗୁଡିକ ର ବ୍ୟବହାର କିପରି ପ୍ରାଥମିକ ଶିକ୍ଷକୁ ସୁଦୃଢ ଓ ଅନନ୍ଦଦାୟୀ କରିବା ନିମନ୍ତେ ଟି.ଏଲ,.ଏମ୍.ର .ଆବଶ୍ୟକତା ଉପରେ ସମସ୍ତେ ଗୁରୁତ୍ୱ ଅରୋପ କରିଥିଲେ ।ପରେ ପରେ ମଞ୍ଚସିନ ଅତିଥୀ ବୃନ୍ଦଙ୍କ ଦ୍ଵାରା ଯୋଗଦାନ କରିଥିବା ସମସ୍ତ ଛାତ୍ର, ଛାତ୍ରୀ ଶିକ୍ଷକ ଶିକ୍ଷ୍ୟୟତ୍ରୀ, ଅଭିଭାବକ ଅବିଭାବିକା, ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଏହି ବ୍ଲକ ସ୍ତରୀୟ” ନିପୁଣ ଓଡ଼ିଶା “ମେଳା ରେ ରିଷିଗାଁ ସି.ଆର.ସି.ସି. ବୈକୁଣ୍ଠ ବେମାଲ ଙ୍କ ସଭାକାର୍ଯ୍ୟ ପରିଚାଳନା ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ମଧ୍ୟାହ୍ନ ଭୋଜନ ବିରତି ପରେ ପରେ ଶିକ୍ଷଣ କେନ୍ଦ୍ର-୫ ଅନୁଯାୟୀ ସ୍ୱତନ୍ତ୍ର ଆଲୋଚନା ଚକ୍ର ରେ ବ୍ଲକ ସମ୍ମନ୍ଧୀୟ ସମସ୍ୟା ଓ ତାହାର ସମାଧାନ ନିମିତ୍ତ ପ୍ରୟୋଗ ହୋଇଥିବା ସର୍ବୋତ୍ତମ ରଣନୀତି ଯଥା-ବିଦ୍ୟାଳୟରେ ଶିକ୍ଷାର୍ଥୀଙ୍କ ଅନୁପସ୍ଥିତି ହାର ହ୍ରାସ କରିବା, ବହୁଶ୍ରେଣୀ ଭିତ୍ତିକ ଶିକ୍ଷାଦାନ, ଶିକ୍ଷା ଦାନରେ ଛାତ୍ର ଛାତ୍ରୀଙ୍କ ଘରୋଇ ଭାଷାର ବ୍ୟବହାର ଆଦି ପ୍ରସଙ୍ଗ ଉପରେ ଉପସ୍ଥିତ ଅଧିକାରୀ,ସି.ଆର.ସି.ସି. ଶିକ୍ଷକ ଶିକ୍ଷ୍ୟୟତ୍ରୀ ସମସ୍ତଙ୍କ ଦ୍ବାରା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନା ଚକ୍ର ସି.ଆର. ସି.ସି.ଭୁଜବଳ କେତକୀ ପରିଚଲନା କରିଥିବାବେଳେ ।ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ବ୍ଲକ ର ସମସ୍ତ ସି.ଆର.ସି.ସି. ମିଳିତ ଭାବରେ ସହଯୋଗ କରିଥିଲେ। ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି ପ୍ରୋତ୍ସାହନ ପ୍ରାଥମିକ ଶିକ୍ଷା କୁ ସୁଦୃଢ଼ ଓ ଅନନ୍ଦଦାୟି କରି ଗଢିତୋଳିବାର ଅଭିନବ ପ୍ରୟାସ ସର୍ବସାଧାରଣ ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇପାରିଛି।
