**ଆଦିବାସୀ ନେତା ଭାନୁ ପ୍ରତାପ ସିଂହ ମାଝୀଙ୍କ ବିଜେଡିରେ ଘର ବାହୁଡ଼ା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂହ ମାଝୀଙ୍କର ବିଜେଡି ରୁ ନିଲମ୍ବନ ପ୍ରତ୍ୟାହାର କରିଛନ୍ତି । ନିଲମ୍ବନ ପ୍ରତ୍ୟାହାର ପରେ ଶଙ୍ଖ ଭବନ ଠାରେ ଶ୍ରୀ ମାଝୀଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ପ୍ରତାପ ଜେନା, ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦକ ଶ୍ରୀ ନିରଂଜନ ବିଶି ଶ୍ରୀ ମାଝୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ନୂଆପଡା ଜିଲ୍ଲା qଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଘାସିରାମ ମାଝୀଙ୍କ ପୁତୁରା ଅଟନ୍ତି । ଶ୍ରୀ ମାଝୀ ତିନି ତିନି ଥର ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲା ବେଳେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଦଳ ରେ ଯୋଗଦାନ କରି ନୂଆପଡ଼ା ଉପ ନିର୍ବାଚନ ରେ ବିଜେଡି ସୁନିଶ୍ଚିତ ବିଜୟୀ ହେବ ବୋଲି କହିଛନ୍ତି।
