ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମ ଦିନ ଉପଲକ୍ଷେ ସୋରରେ ବିଜେଡ଼ି ତରଫରୁ ମେଗା ରକ୍ତଦାନ ଶିବିର।
ସୋର,(ନିପ୍ର)- ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଉପଲକ୍ଷେ ସୋର ବିଜେଡି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ସୋର କଲେଜ ଛକସ୍ଥିତ ଓମ ସାଇ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ ପ୍ରଥମେ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ ଓ ସୁସ୍ଥ ନିରାମୟ ଜୀବନ କାମନା କରି ଶତାଧିକ ବିଜେଡି ନେତା ଓ କର୍ମୀମାନେ କ୍ଷେମେଶ୍ୱର ଶିବ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ରକ୍ତଦାନ ଶିବିରକୁ ସୋର ବିଧାୟକ ମାଧବ ଧଡା ଉଦ୍ଘାଟନ କରିଥିଲେ। ଏହି ଶିବିରରୁ ୨୯୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ବାଲେଶ୍ୱର ରକ୍ତ ଭଣ୍ଡାରର ଡାକ୍ତର କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ରକ୍ତ ଭଣ୍ଡାର ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଓ କମଲେସ ଜାଠ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ଶତାଧିକ ବିଜେଡି କର୍ମୀ ଓ ନେତା ଉପସ୍ଥିତ ରହି ରକ୍ତଦାନ କରିବା ସହିତ ଅନ୍ୟମାନଙ୍କ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ସୋର ବିଧାୟକ ଶ୍ରୀ ଧଡ଼ାଙ୍କ ନେତୃତ୍ୱରେ ସୋର ବିଜେଡି କର୍ମୀମାନେ ଶିବିରକୁ ପରିଚାଳନା କରିଥିଲେ।
