କବି ସୁଧା ଦାସ ପାଇବେ ଚଳିତ ବର୍ଷର ‘ସୋର ପ୍ରଭା ସାରସ୍ୱତ ସମ୍ମାନ’
ସୋର(ନିପ୍ର)- ବିଶିଷ୍ଟ କବି ସୁଧା ଦାସ ପାଇବେ ଚଳିତବର୍ଷ ର “ସୋରପ୍ରଭା ସାରସ୍ଵତ ସମ୍ମାନ”। ଆସନ୍ତା ୧୯ ତରିଖରେ ହେବାକୁ ଥିବା ‘ସୋର ପ୍ରଭା’ର ପାର୍ବଣ ସଂଖ୍ୟା ଉନ୍ମୋଚନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଉପଲକ୍ଷେ ଆର୍.କେ,ଷ୍ଟୁଡିଓରେ ଅନୁଷ୍ଠିତ ବୈଠକରେ ଗାଳ୍ପିକ ରଜନୀକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ ଗାଁ ମଜ୍ଲିସ ସାହିତ୍ୟ ସଂସଦର ସଂପାଦକ ଦେବେନ୍ଦ୍ର କୁମାର ପ୍ରଧାନ, ସୋରପ୍ରଭାର ଉପଦେଷ୍ଟା ଡ. ରବୀନ୍ଦ୍ର ବିହାରୀ, ସହ ସଂପାଦକ ସୁରଜଂନ ପାତ୍ର, ପ୍ରାକ୍ତନ ଅଧ୍ୟକ୍ଷ ଚେମେଇ ଦାସ, ମହେଶ୍ୱର ପଣ୍ଡା, ରବୀନ୍ଦ୍ର କୁମାର ଦାସ ଓ ସଂପାଦକ ଚନ୍ଦ୍ରମୋହନ ମହାପାତ୍ର ଉପସ୍ଥିତ ଥିଲେ।
