ବଜ୍ରପାତରେ ୪ ଆହତ
ଡେଲାଙ୍ଗ,- ମଙ୍ଗଳବାର ସନ୍ଧ୍ୟା୭ଟା ସମୟରେ ହଠାତ୍ ବର୍ଷା ପବନ ସହିତ ବଜ୍ରପାତ ହୋଇଥିଲା । ସାଉରିଆ ପଂଚାୟତର ଘୋରଡିଆ ବଜାରରୁ ଏକାଧିକ ଲୋକେ ଘରକୁ ଫେରୁଥିବା ବେଳେ ହଠାତ୍ ବର୍ଷା ଆସିବା ଯୋଗୁ ବଣିବକ୍ରେଶ୍ୱର ମନ୍ଦିର ସନ୍ନିକଟ ବରଗଛମୂଳରେ ଥିବା ଏକ ଦୋକାନରେ ୧୪ରୁ ୧୫ ଜଣ ଆଶ୍ରୟ ନେଇଥିଲେ । ସେହିସମୟରେ ବଜ୍ରପାତ ହୋଇଥିଲା ।ଏହି ବଜ୍ରପାତରେ କୁଆପଦା ଗ୍ରାମର ପ୍ରକାଶ ରାଉତରାୟ(୪୨), ଶତ୍ରୁଘ୍ନ ପାହାଡାସିଂହ( ୪୪), ବିଲ ମଙ୍ଗରାଜ(୩୮), ଡାଳୁଅ ନୂଆପଡ଼ା ଗ୍ରାମର ରାକେଶ ଖୁଣ୍ଟିଆ ଆହତ ହୋଇ ମୁର୍ଚ୍ଛା ହୋଇପଡିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ୪ ଜଣଙ୍କୁ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଭ ର୍ିକରିଥିଲେ । ଏବେ ସେମାନେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଅନ୍ୟମାନେ ଅଂଶିକ ଭାବେ ଆହତ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।
