*ନୂଆପଡ଼ା ଉପ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ନାମ ଘୋଷଣା, ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀତ୍ଵ ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ତାରିଖ ଘୋଷଣା ପରେ ସମଗ୍ର ଜିଲ୍ଲା ରେ ରାଜନୀତିକ ଉସ୍ମତା ବୃଦ୍ଧି ପାଇଛି। ନୂଆପଡ଼ା ଉପ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ନାମ ଘୋଷଣା, କରିଥିବା ବେଳେ ବିଜେଡ଼ି ରାଜେନ୍ଦ୍ର ଢୋଲକିଆ ପୁଅ ଜୟ ଢୋଲକିଆ ର ପ୍ରାର୍ଥୀ ନାମ ଚୂଡ଼ାନ୍ତ ହୋଇଥିବା ବେଳେ ବିଧିବଦ୍ଧ ଘୋଷଣା ବାକି ରହିଅଛି। କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ଆଦିବାସୀ କାର୍ଡ ଖେଳିଛନ୍ତି। ଗତ ନିର୍ବାଚନ ରେ ଘାସିରାମ ମାଝୀ ନିଜ ଦଳ ରେ ପ୍ରାର୍ଥୀତ୍ଵ ମିଳି ନଥିବା ରୁ ସ୍ବାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ମଇଦାନ କୁ ଓହ୍ଲାଇ ଥିଲେ। ନିର୍ବାଚନ ରେ ଦ୍ୱିତୀୟ ସଂଖ୍ୟା ଗରିଷ୍ଠ ପ୍ରାର୍ଥୀ ରୂପେ ୫୦୯୪୧ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ଠାରୁ ୧୦୮୮୧ ଭୋଟ ରେ ପରାସ୍ତ ହୋଇଥିଲେ। ଆଦିବାସୀ ସମୂହ ତାଙ୍କୁ ପ୍ରାର୍ଥୀ କରି ସମର୍ଥନ ଦେଇଥିବା ବେଳେ ଚଳିତ ମଧ୍ୟ ଆଦିବାସୀଙ୍କ ପ୍ରାର୍ଥୀ ରୂପେ କଂଗ୍ରେସ ପ୍ରାର୍ଥୀ କରିଅଛି। ବିଜେପି ପ୍ରାର୍ଥୀ ଘୋଷଣା ପରେ ସମୀକରଣ ସ୍ପଷ୍ଟ ହେବା ଅନୁମାନ କରାଯାଏ।
