ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ
ଡେଲାଙ୍ଗ (ଚିତ୍ତରଞ୍ଜନଜେନା)- ଡେଲାଙ୍ଗ ବ୍ଲକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ମା ଗଜଲକ୍ଷ୍ମୀପୂଜା କମିଟି ପକ୍ଷରୁ ୧୯ ତମ ଧନଦାତ୍ରୀ ମା ଗଜଲକ୍ଷ୍ମୀ ପୂଜା ଅବସରରେ ସୋମବାର ପ୍ରଭାତରୁ୨୧ଜଣ ମାନସିକ କଳସ ଧାରୀ ପବିତ୍ର ବିଶ୍ୱନାଥ ପୁସ୍କରିଣୀରେ କଳସ ବୁଡାଇ ପୂଜା ମଣ୍ଡପରେ ସ୍ଥାପନା କରିଥିଲେ । ପରେ ସୂର୍ଯ୍ୟପୂଜା ,ଗୋପୂଜନ ,ପିଠପୂଜା ଓ ପୁଷ୍ପାଞ୍ଜଳୀ ଅର୍ପଣ କାର୍ଯ୍ୟକ୍ରମ ସହିତ ରୀତିନୀତି ଅନୁଯାୟୀ ପୂଜାଅର୍ଚ୍ଚନା ସମ୍ପର୍ଣ୍ଣ କରାଯାଇଥିଲା । କର୍ତ୍ତା ଓ କର୍ତ୍ତି ଭାବେ ସୋମନାଥ ପରିଡା ଓ ଧର୍ମପତ୍ନୀ ପ୍ରଭାତୀ ପରିଡା କାର୍ଯ୍ୟସମ୍ପାଦନ କରିଥିଲେ । ପଣ୍ଡିତ ସତ୍ୟବାଦୀ ଦିକ୍ଷିତ୍ ଓ ସାଥିମାନେ ପୂଜା କାର୍ଯ୍ୟ ସମାପନ କରିଥିଲେ ।ମଙ୍ଗଳବାର ସନ୍ଧ୍ୟାରେ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥି, ବରିଷ୍ଠ ବିଜେଡି ନେତା ବୈରାଗୀ ଜେନା, ପ୍ରଦୀପ କୁମାର ସ୍ୱାଇଁ, ଜଗନ୍ନାଥ ପରିଡା ପ୍ରମୁଖ ପୂଜାମଣ୍ଡପରେ ମା ଧନଦାତ୍ରୀଙ୍କୁ ଦର୍ଶନ କରିବା ସହିତ କୃପାଲାଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଭାପତି ସୈଭାଗ୍ୟ ବରାଳ,ସମ୍ପାଦକ ବ୍ରହ୍ମାନନ୍ଦ ପରିଡା ,କୋଷାଧ୍ୟକ୍ଷ କବିନ୍ଦ୍ର ଗୁରୁ ,କମିଟି ସଦଶ୍ୟ କାବୁଲି ସାହୁ, ଜଗନ ପରିଡା, ସୋମନାଥ ସେନାପତି, ମାନସ ପ୍ରଧାନ, ସଦାଶିବ ବରାଳ ପ୍ରମୁଖ ଉପସ୍ଥିଥିଲେ । ସେହିପରି କଲ୍ୟାଣପୁର ଭଗ୍ୟଶ୍ୱର କମିଟି,ଡେଲାଙ୍ଗ ହାଟର ଲକ୍ଷ୍ମୀ ବାଜାର,ବେରବୋଇ ବଜାର ,ଉଦୟପୁର ଗ୍ରାମର ଲକ୍ଷ୍ମୀପୂଜାକମିଟି ,ଇନ୍ଦିପୁର ବଜାର, ପ୍ରହରାଜପୁର ଯୁବକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।
