*ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ବସବାସ କରୁଥିବା ଆଦିମ୍ ଜନଜାତି ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଯାତ୍ରା ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ବସବାସ କରୁଥିବା ଆଦିମ୍ ଜନଜାତି ଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବିନା ପ୍ରଶାସନ ର ସୁରକ୍ଷା ବ୍ୟବସ୍ଥାରେ ହଜାର ହଜାର ସଂଖ୍ୟକ ଯାନ ବାହାନ ଘାଟି ଅଞ୍ଚଳ ଅତିକ୍ରମ କରି ସୁନାବେଡ଼ା ପହଞ୍ଚି ଥିଲେ। ବ୍ୟାପକ ଜାମ ହେବା ରୁ ଦୀର୍ଘ ଘଣ୍ଟା ଯାତ୍ରୀ ମାନେ ଅଟକି ରହିଥିଲେ। ମାଁ ସୁନାଦେଇ ଯାତ୍ରା ରେ କୌଣସି ଧାନ ଜୀବନ ହାନି ହେବାର ସୂଚନା ନାହିଁ। ଛୋଟ ମୋଟ ଘଟଣା ହୋଇଥିବା ବେଳେ ଏହି ଯାତ୍ରା ର ସୁରକ୍ଷା ବ୍ୟବସ୍ଥା ଆସନ୍ତା ବର୍ଷ ମାନଙ୍କ ରେ ପ୍ରଶାସନ ଦାୟିତ୍ବ ନେବା ଆବଶ୍ୟକ ହୋଇପଡିଛି। କାର୍ତ୍ତିକ ମାସ କୁଆଁର ପୂର୍ଣ୍ଣମୀ ତିଥିରେ ମାଁ ସୁନାଦେଇ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପୀଠ ସ୍ଥଳୀ ରୁ ମାଁ ଏକ ଛତର ବିରାଜମାନ ହୋଇ ସୁନାବେଡ଼ା ଲିଙ୍ଗ ଭଟା ଠାରେ ପ୍ରଥମ ପୂଜା ପାଇ ସେଠାରେ ଯୋଗ ଦେଇଥିବା ୮୪ ଟିକରି ଗ୍ରାମ ର ଭାଇ ଯୋଗ ଦେଇ ଥାନ୍ତି। ମାଁ କାଲିଶ ଦେହ ରେ ଆସି ବର୍ଷ ତମାମ ହିସାବ କରି ତାର ପ୍ରତିକାର ପାଇଁ ଆହ୍ବାନ କରିଥିଲେ। ଲିଙ୍ଗ ଭଟା ପୂଜା ପାଇ ସୁନାବେଡ଼ା ଗ୍ରାମ ର ପରିକ୍ରମା କରି ପୂଜା ପାଇଥାନ୍ତି। ଚଳିତ୍ ବର୍ଷ ମାଁ ଙ୍କ ଦର୍ଶନ ପାଇଁ ବ୍ୟାପକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଅଛି।
