ରାସ୍ତା ନିର୍ମାଣ କାର୍ଯ୍ୟ ଓ ମରାମତି ଦାବିରେ ଅର୍ଥ ନୈତିକ ତିନୋଟି ସ୍ଥାନରେ ଅବରୋଧ ଆନ୍ଦୋଳନ ତୃତୀୟ ଦିନରେ।।
ତାଳଚେର : ତାଳଚେର ରେ ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ର କଛପ ଗତି , ଓ ଗୋଡ଼ିନନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୃକ୍ତ କଂପାନୀ ପକ୍ଷରୁ ତୁରନ୍ତ ନିର୍ମାଣ କରାଯିବା,ନତୁବା ଜାତୀୟ ରାଜପଥ କୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦାବି ନେଇ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଆହ୍ବାନ କ୍ରମେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗତ୪ତାରିଖ ଠାରୁ ଠାରୁ ଆରମ୍ଭ ହେଇଥିବା ଅର୍ଥନୈତିକ ଅବରୋଧ ଆନ୍ଦୋଳନଆଜି ତୃତୀୟ ଦିନରେ ପହଞ୍ଚିଛି।ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ନୁଆ ବଲଣ୍ଡା ଠାରେ , କଣିହାଁ ଗାନ୍ଧୀ ଛକ ଠାରେ ଓ ତାଳଚେର ସହର ନିକଟସ୍ଥ କୋଲ କରିଡ଼ର ରାସ୍ତା ଓ ପାର୍ଶ୍ବରେ ଯାଇଥିବା ଏନଟିପିସି ରେଳ ଧାରଣା ରେ ବସି ତାଳଚେର ସଚେତନ ନାଗରିକ ମଞ୍ଚ ଓ ଟ୍ରକ ମାଲିକ ମାନଙ୍କ ପକ୍ଷରୁ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରିଥିଲେ। ସମସ୍ତ ସ୍ଥାନରେ ଶ୍ରୀ ସାହୁ ସାମିଲ ରହି ତୁରନ୍ତ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଖାଲ ଖମଣ ରାସ୍ତାକୁ ମରାମତି କରିବା ସହିତ ଅବିଳମ୍ବେ ଜାତୀୟ ରାଜପଥ ର ପ୍ରସ୍ତାବିତ ଗୋଡ଼ିବଂନ୍ଧ-ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀ ସାହୁ ଦାବୀ କରି ଏହି ପ୍ରସଙ୍ଗରେ ଆନ୍ଦୋଳନ କରିଥିଲେ। ଏବଂ ଅପର ପକ୍ଷରେ ଏନଟିପିସି କୁ ଯାଇଥିବା ରାସ୍ତାଟି ମରଣ ଜନ୍ତା ପାଲଟି ଥିବାରୁ ଏନଟିପିସି କର୍ତ୍ତୃପକ୍ଷ ତୁରନ୍ତ ଏଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରାସ୍ତା ନିର୍ମାଣ କରି ଲୋକଙ୍କ ପାଇଁ ଯାତାୟାତ ର ସୁବିଧା କରୁ ନଚେତ୍ ଯଦି ଏହା କରିବା ପାଇଁ ଅସମର୍ଥ ପ୍ରକାଶ କରେ ତେବେ ତୁରନ୍ତ ଏହି ରାସ୍ତାକୁ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରୁ ବୋଲି ଶ୍ରୀ ସାହୁ ଦୃଢ ଦାବୀ କରି ସକାଳ ୮.୩୦ମିନିଟ ରୁ ସକାଳ ୧୦.୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଆନ୍ଦୋଳନ କରିଥିଲେ। ଫଳରେ ଏନଟିପିସି ଜେ ଆଇ ଟି ପି ଏଲ କୁ କୋଇଲା ଚାଲାଣ ବନ୍ଦ ହୋଇଯାଇଥିବା ସହ କୋଇଲା ପାଉଁଶ ଚାଲାଣ ହେଉଥିବା ଗାଡି ଗୁଡିକ ରାସ୍ତାର ଉଭୟ ପର୍ଶ୍ୟରେ ଅଟକି ରହିଥିଲା। ଅନ୍ୟ ପକ୍ଷରେ ତାଳଚେର ରେ କାର୍ଯ୍ୟରତ ରାଷ୍ଟ୍ରାୟତ ଉଦ୍ୟୋଗ କୋଇଲା ଖଣି କର୍ତ୍ତୃପକ୍ଷ, ଏନଟିପିସି, ଜେ ଆଇ ଟି ପି ଏଲ ଭଳି ବଡ଼ ବଡ କମ୍ପାନୀ ଗୁଡ଼ିକ ଥିବା ବେଳେ ସେମାନେ ମଧ୍ୟ ଏହି ରାସ୍ତା କୁ ବ୍ୟବହାର କରିବା ଶ୍ଵତେ ଇଥିପ୍ରତି ଦୃଷ୍ଟି ନ ଦେଇ ନିଦା ବିଷ୍ଣୁ ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଶ୍ରୀ ସାହୁ କ୍ଷଭ ପ୍ରକାଶ କରିଥିଲେ। ତେବେ ଏହି ଆନ୍ଦୋଳନ ଧାରାଭାଇକ ଭାବେ ଅର୍ଣିଦିଷ୍ଠ କାଳପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।। ଏହି ଆନ୍ଦୋଳନ ରେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ କଣିହାଁ ଠାରେ,ଟ୍ରକ ମାଲିକ ସଂଘର ପୂର୍ବତନ ସଭାପତି ଟୁକୁନା ସ୍ୱାଇଁଙ୍କ ନେତୃତ୍ଵରେ ବାଙ୍କଧରା ଠାରେ ଅନ୍ଦୋଲୋନ ରେ ଜୀତେନ୍ଦ୍ର ଭୁତିଆ, ଗଦାଧର ସାହୁ ବିଜେଡ଼ି ନେତା ଜ୍ୟୋତି ରଞ୍ଜନ ଦାସ, କାଉନସିଲର ଯଶୋବନ୍ତ ମିଶ୍ର, ବାବୁନା ସ୍ୱାଇଁ, ରାଜୀବ ରାଉତ, କୁଶ ବିହାରି ସାମଲ, ଯୁବ ନେତା ସୁଲେଖ ସେଠି, ସନ୍ତୋଷ ସାହୁ ସାମ୍ବାଦିକ ତ୍ରିଲୋଚନ ସ୍ବାଇଁ ଲିପୁ ରଥ କାଲିଆ ସାମଲ, ହର୍ଷ ବର୍ଦ୍ଧନ ସାମଲ, ତପନ କୁମାର ମହାରଣା ପ୍ରମୁଖ ସାମିଲ ହୋଇ ବିକ୍ଷଭ ପ୍ରଦର୍ଶନ କରିଥିଲେ। ସେହିପରି ନୁଆ ବଲଣ୍ଡା ଠାରେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ମାନେ ଏନଟିପିସି ରେଳ ଧାରଣା ଓ ରାଜପଥ ରେ ଧାରଣା ଦେଇ ଆନ୍ଦୋଳନ କରିଥିଲେ।। ତେବେ ଏଥିପ୍ରତି ପ୍ରଶାସନ ପକ୍ଷରୁ କିମ୍ଵା କଂପାନୀ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଅନ୍ଦଲୋନ କୁ ତୀବ୍ରତର କରାଯିବ ବୋଲି ପୂର୍ବତନ ସାଂସଦ ମହେଶ ସାହୁ ଚେତାବନୀ ଦେଇଛନ୍ତି।।
