ଏସିଆ କପ୍ ୨୦୨୫ : ବାଂଲାଦେଶ କୁ ହରାଇ ଭାରତର ଫାଇନାଲ ପ୍ରବେଶ।
ୟୁଏଇ/ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ରେ ପ୍ରଥମ ଦଳ ଭାବେ ଭାରତ ଫାଇନାଲ କୁ ପ୍ରବେଶ କରିଛି। ସୁପର ୪ ରେ ଭାରତ ଲଗାତାର ୨ଟି ମ୍ୟାଚ ରୁ ୨ଟି ମ୍ୟାଚ ଜିତି ଫାଇନାଲ ଟିକେଟ ହତାଇଛି। ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମ ରେ ଆଜି ସୁପର ୪ ମୁକାବିଲା ରେ ଭାରତ ବାଂଲାଦେଶ କୁ ୪୧ ରନ୍ ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି।
ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁଭମନ୍ ଗିଲ୍ ଇଁନିସ୍ ଆରମ୍ଭ କରିଥିଲେ। ଦଳର ସ୍କୋର ୭୭ ଥିବାବେଳେ ଶୁଭମନ ଗିଲ୍ ବ୍ୟକ୍ତିଗତ ୧୯ ବଲ ରୁ ୨୯ ରନ୍ କରି ଆଉଟ୍ ହୋଇଥିଲେ। ପରେ ଶୁଭମ୍ ଦୁବେ ବେଶି ସମୟ ପିଚ୍ ରେ ତିଷ୍ଠି ପାରି ନଥିଲେ, ଦୁବେ ୨ ରନ୍ କରି ଆଉଟ୍ ହୋଇଥିଲେ। ଅଭିଷେକ ଶର୍ମା ୫ଟି ଛକ୍କା ଓ ୬ଟି ଚୈକା ସହ ୩୭ ବଲ୍ ଖେଲି ବିସ୍ପୋରକ ୭୫ ରନ୍ କରିଥିବା ବେଳେ ଦଳର ସ୍କୋର ୧୧୨ ଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୫ , ତିଳକ ବର୍ମା ୫ , ହାର୍ଦିକ ପାଣ୍ଡିଆ ୩୮ ଓ ଅକ୍ଷର ପଟେଲ ୧୦ ରନ୍ ସଂଗ୍ରହ କରିଥିଲା। ଭାରତ ୬/୧୬୮ ରନ୍ ସଂଗ୍ରହ କରି ବାଂଲାଦେଶ କୁ ୧୬୯ ବିଜୟ ଲକ୍ଷ୍ୟ ଦେଇଥିଲେ। ବାଂଲାଦେଶ ବୋଲର ଙ୍କ ଭିତରୁ ଟି ସାକିବ , ଏମ୍ ରହମାନ, ଏମ୍ ସୈଫିଉଦିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ଏବଂ ଆର ହୋସେନ ଦୁଇଟି ୱିକେଟ୍ ନେଇଥିଲେ।
ବାଂଲାଦେଶ ପକ୍ଷରୁ ଏସ ହସନ ସର୍ବାଧିକ ୫୧ ବଲ ରେ ୫ଟି ଛକ୍କା ତିନୋଟି ଚୈକା ସହ ୬୯ ରନ୍ ସଂଗ୍ରହ କରିଥିବା ବେଳେ, ପି ଏଚ୍ ଇମନ ୨୧ ରନ୍ ସଂଗ୍ରହ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ସଂଗ୍ରହ କରିବାକୁ ଅସମର୍ଥ ହୋଇଥିଲେ। ବାଂଲାଦେଶ ମୋଟ ୧୨୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ୱିକେଟ୍ ନେଇଥିବା ବେଳେ ଜଶପ୍ରିତ ବୁମରା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ସଂଗ୍ରହ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷର ପଟେଲ ଓ ତିଲକ୍ ବର୍ମା ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ। ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ଅଭିଷେକ ଶର୍ମା ଙ୍କୁ ବିବେଚିତ କରାଯାଇଥିଲା।
