ୟୁଏଇ/ ନୂଆଦିଲ୍ଲୀ (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ୟୁଏଇ ରେ ଅନୁଷ୍ଠିତ ଏସିଆ କପ୍ ର ୬ଷ୍ଠ ମ୍ୟାଚ ରେ , ଭାରତ ତାର ଚିର ପ୍ରତିଦ୍ବନ୍ଦି ପାକିସ୍ତାନ କୁ ଲଜ୍ଜାଜନକ ଭାବେ ପରାସ୍ତ କରିଛି। ପହଲଗ୍ରାମ ପ୍ରତିଶୋଧ ଦୁବାଇ ରେ ନେଇଛି ଭାରତୀୟ କ୍ରିକେଟ ଦଳ । ପାକିସ୍ତାନ ର ପାଳିତ ଆତଙ୍କବାଦୀ ଦ୍ଵାରା ପହଲଗ୍ରାମ ରେ ଯେଉଁ ୨୬ ନିରିହ ମହିଳା ଙ୍କ ମଥାରୁ ସିନ୍ଦୂର ପୋଛି ସଂସାର ଉଜାଡ଼ି ଥିଲେ, ଅପରେସନ ସିନ୍ଦୂର ଓ ମହାଦେବ ମାଧ୍ୟମରେ ଭାରତୀୟ ସେନା ପ୍ରତିଶୋଧ ନେଲା ପରେ ଆଜି କ୍ରିକେଟ ମୈଦାନ ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ପାକିସ୍ତାନ କୁ ଲଜ୍ଜାଜନକ ଭାବେ ହରାଇ ପୁଣି ଥରେ ପ୍ରତିଶୋଧ ନେଇଛି। ଟସ୍ ବେଳେ ଓ ମ୍ୟାଚ ସମାପ୍ତି ବେଳେ ଉଭୟ ଦଳର ଅଧିନାୟକ ଓ ଖେଳାଳି ମାନେ ହାତ ମିଲାଇ ଅଭିବାଦନ ଜଣାଇନଥିଲେ। ଭାରତ – ପାକିସ୍ତାନ ମ୍ୟାଚ ଆୟୋଜନକୁ ନେଇ ପହଲଗ୍ରାମ ପୀଡ଼ିତ ପରିବାର ବିରୋଧ କରୁଥିବାବେଳେ ଭାରତ ପାକିସ୍ତାନ କୁ ହରାଇବା ଚର୍ଚ୍ଚା ରେ କେନ୍ଦ୍ର ବିନ୍ଦୁ ସାଜିଛି। ବୋଲର ଙ୍କ ମାପଚୁପ ବୋଲିଂ ପରେ ବ୍ୟାଟର ଙ୍କ ବିସ୍ପୋରକ ବ୍ୟାଟିଂ ଫଳରେ ପାକିସ୍ତାନ କୁ ୭ ୱିକେଟ୍ ହରାଇ ବିଜୟୀ ହୋଇଛି ଭାରତ। ଟସ୍ ଜିତି ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ନିର୍ଧାରିତ ଓଭର ରେ ୯ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା। ପାକିସ୍ତାନ ପକ୍ଷରୁ ଫରାନ ୪୦ ରନ୍ କରିଥିବା ବେଳେ ବୋଲର ସେହନଶାହା ଆଫ୍ରିଦ ୧୬ ଟି ବଲ୍ ରେ ବିସ୍ପୋରକ ଇଁନିସ୍ ଖେଳି ୩୩ ରନ୍ କରିଥିଲେ । ଭାରତୀୟ ବୋଲର ଭିତରେ କୁଲଦୀପ ଯାଦବ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ, ବୁମରା ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ହାର୍ଦ୍ଦିକ ପାଣ୍ଡିଆ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଭାରତୀୟ ଙ୍କ ପକ୍ଷରୁ ଶୁଭମନ୍ ଗିଲ୍ ଓ ଅଭିଷେକ ଶର୍ମା ଓପିନଂ କରିଥିଲେ । ଗିଲ୍ ବ୍ୟକ୍ତିଗତ ୧୦ ରନ୍ କରି ଆଉଟ୍ ହେବା ପରେ ମୈଦାନ କୁ ଆସିଥିଲେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ , ଅଭିଷେକ ଶର୍ମା ବ୍ୟକ୍ତିଗତ ୧୩ ବଲ୍ ରୁ ୨ଟି ଛକ୍କା ସହ ୪ଟି ଚୈକା ବଳରେ ୩୧ ରନ୍ ର ଧୂଆଁ ଧାର ଇଁନିସ୍ ଖେଳି ଆଉଟ୍ ହୋଇଥିଲେ। ପରେ ତିଲକ୍ ବର୍ମା ୩୧ ବଲ୍ ରୁ ୩୧ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ପରେ ଶୁଭମ୍ ଦୁବେ ୭ ବଲ୍ ରୁ ୧୦ ରନ୍ ଓ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୩୭ ବଲ୍ ରୁ ୪୭ ରନ୍ ଫଳରେ ଭାରତ ବିଜୟ ହୋଇଥିଲା। ଭାରତୀୟ ବୋଲର କୁଲଦୀପ ଯାଦବ ଙ୍କୁ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା।
