ତାଳଚେର (ମନୋଜ ରାଉତ)
ସରସ୍ବତୀ ଶିଶୁବିଦ୍ୟା ମନ୍ଦିର, ବଡ଼ଯୋରଡାଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସୀତାରାମ ଆଶ୍ରମର ମହନ୍ତ ପୂଜ୍ୟ ସ୍ୱାମୀ ବାବା ଇନ୍ଦ୍ରମଣି ମହାରାଜ ଅବଧିତ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମନ୍ଦରଧର ପ୍ରଧାନ ଯୋଗ ଦେଇଥିଲେ । ଭାରତ ବର୍ଷର ଉଜ୍ବଳ ଓ ମହାନ୍ ଗୁରୁ ପରଂପରା ସହିତ ଗୁରୁବାଦ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ସମ୍ମାନିତ ଅତିଥି ଡଃ ରାଧାକ୍ରିଷ୍ଣନ ଙ୍କ ଜୀବନୀ ଓ କୃତି ସମ୍ବନ୍ଧରେ ଶିଶୁମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ସମ୍ପାଦକ ଗଗନ ବିହାରୀ ସାହୁ ମଞ୍ଚରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପ୍ରଦ୍ମିନ ପ୍ରଧାନ ଅତିଥି ପରିଚୟ ଓ ପ୍ରଧାନ ଆଚାର୍ଯ୍ୟ ଗୌର ଚନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
