*ନୂଆପଡ଼ା ଜିଲ୍ଲା ବୋଡ଼େନ ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ବୈଠକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡ଼େନ ବ୍ଲକ ର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଅଛି। ଏହି ବୈଠକ ରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ଼. ଫାଣିନ୍ଦମ ଦେଓ ଯୋଗ ଦେଇ ପଞ୍ଚାୟତ ସ୍ତରରେ ଶିଶୁ ମଙ୍ଗଳ ସମିତି କାର୍ଯ୍ୟ କଲେ ଶିଶୁଙ୍କ ଅଧିକାର ପ୍ରଦାନ ରେ ବାଧା ସୃଷ୍ଟି ହେବ ନାହିଁ। ତେଣୁ ପଞ୍ଚାୟତ ସ୍ତରୀୟ ଏହି ୟୁନିଟ କାର୍ଯ୍ୟ କରିବାକୁ ଆହ୍ବାନ କରି ଆଗାମୀ ଦିନରେ ନିଜ ପଞ୍ଚାୟତର ଶିଶୁ ଙ୍କ ମଙ୍ଗଳ ଓ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଉପସ୍ଥିତ ବ୍ୟକ୍ତିଙ୍କୁ ବୁଝାଇ ଥିଲେ।
