ଜୟପ୍ରକାସ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ-୨୦୨୫
ଭବାନୀପାଟଣା, – ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ୨୦୨୫ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ଏହାର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ଅଧ୍ୟକ୍ଷ୍ୟ ପରମେଶ୍ୱର ମୁଣ୍ଡ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ବ୍ରତୀ ହୋଇ ସେବା ମନୋବୃତ୍ତି ରଖିବା ପାଇଁ ପ୍ରେରଣା ଦେବା ସହଶୁଭେଚ୍ଛା ଜଣାଇଥିଲେ। ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଗାନ୍ଧୀଜୀଙ୍କ ସ୍ୱପ୍ନର ଭାରତ ଓ ବିକଶିତ ଭାରତର ଲକ୍ଷ୍ୟରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାରପାଢୀ, ଶୁଶାନ୍ତ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସମୁଦାୟ ୮୦ ଜଣ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରିଥିଲେ।
