*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ପକ୍ଷ ରୁ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ଜିନାନୀ ଗ୍ରାମ ଠାରେ ପାଳିତ ହୋଇଯାଇଅଛି। ଏହି ଦିବସ ପାଳନ ସହ ମହିଳା ୟୁନିଟ ର ସ୍ବତନ୍ତ୍ର କେମ୍ପ ଉଦଯାପନୀ ହୋଇଯାଇଛି। ଏହି ଉତ୍ସବ ରେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ସାମ୍ବାଦିକ ଅଜିତ୍ କୁମାର ପଣ୍ଡା ଯୋଗ ଦେଇ ମଣିଷ ଙ୍କ କାର୍ଯ୍ୟ ମୁତାବକ ତାଙ୍କ ପରିଚୟ ସୃଷ୍ଟି ହୋଇଥିବା ବେଳେ ଆଦିମ ଜନଜାତି ର ଝିଅ ଜୟମନୀ ଝଙ୍କାର ନିଜ ନାମ ପୂର୍ବରୁ ଡ଼. ଜୟମନୀ ଝଙ୍କାର କେବଳ ତାର କାର୍ଯ୍ୟ ପାଇଁ ମିଳିଅଛି। ତେଣୁ ସେବା ଯୋଜନା ର ଶିବୀରାର୍ଥି ମାନେ ବର୍ତ୍ତମାନ ବାପା ଏବଂ ଛାତ୍ରୀ ରୂପେ ପରିଚୟ ବହନ କରୁଥିବା ବେଳେ ଆଗାମୀ ଦିନରେ ତାଙ୍କ କାର୍ଯ୍ୟ କୁ ନେଇ ପରିଚୟ ବହନ କରିବେ। ସଭାରେ ସାମ୍ବାଦିକ ତପନ ଦାସ, ପ୍ରତାପ କେଶରୀ ପଟ୍ଟନାୟକ, ଭାଲୁମୁଣ୍ଡା କଲେଜ୍ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନୀ, ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ ଡିଗ୍ରୀ କଲେଜ ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ, ସ୍ୱରୂପା ରାଣୀ କୁମାର, ପଙ୍କଜିନି ବିଶି,ସସ୍ମିତା ବିଶି, ବନିତା ନନ୍ଦ, ସ୍ବେଛାସେବୀ ପୂଜା ହଂସ, କମଳିନୀ ନାଏକ, ସୁହାନି ସିଂ, ୫୦ ରୁ ଉର୍ଦ୍ଧ ମହିଳା କେଡେଡ ଯୋଗ ଦେଇଥିଲେ।
