**ନୂଆପଡ଼ା ଜିଲ୍ଲା କୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦିନିକିଆ ଗସ୍ତ,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ ଦାୟିତ୍ବ ପରେ ପ୍ରଥମ ଗସ୍ତ। ଖଡିଆଳ ଠାରେ ବିପୁଳ ସମ୍ବର୍ଦ୍ଧନା ଦେବା ସହ ,ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇ କର୍ମୀ ମାନଙ୍କୁ ଏକମାତ୍ର ଲକ୍ଷ ନେଇ କାର୍ଯ୍ୟ କରିବା ଆହ୍ବାନ। ପ୍ରଥମ ରେ ପଞ୍ଚାୟତ ନିର୍ବାଚନ, ଏନ୍ ଏ ସି ନିର୍ବାଚନ ଏବଂ ଉପ ନିର୍ବାଚନ ରେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଫିସିରି କଲେଜ୍ ସ୍ଥାପନ, ରେଳପଥ ନିର୍ମାଣ ନେଇ ସରକାରଙ୍କ ଯୋଜନା ପ୍ରସ୍ତୁତି ଥିବା ରାଜ୍ୟ ସଭାପତି ସାମଲ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଖଡିଆଳ ବିକାଶ ମଞ୍ଚ ପକ୍ଷ ରୁ ପୂର୍ବତନ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଦାବୀ କରିଥିବା ବେଳେ ଦୀର୍ଘ ଦିନ ରୁ ରେଳପଥ ନିର୍ମାଣ ପାଇଁ ରେଳ ମନ୍ତ୍ରୀଙ୍କୁ ମଧ୍ୟ ଦାବୀଦେଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ପୂର୍ବତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ପୂର୍ବତନ ଜିଲ୍ଲା ସଭାପତି ଶିବ ମୁଣ୍ଡ, ଦେବ ଦେବ ସିଂ ଦେଓ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ୨୦୦ କର୍ମୀ ଦଳରେ ଯୋଗ ।
