Slug- ଚିତ୍ରାଙ୍ଗ ପାଲ୍ଲୀ ଗ୍ରାମ ପଞ୍ଚାୟତରେ ନିଶାମୁକ୍ତ ଅଭିଯାନ ଶିବିର ଅନୁଷ୍ଠିତ।
Anchor – ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗ ପାଲ୍ଲୀ ଗ୍ରାମ ପଞ୍ଚାୟତରେ କାଲିମେଳା ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ନିଶାମୁକ୍ତ ଓଡ଼ିଶା ଅଭିଯାନ। ଆଜିର ଏହି କାର୍ଯ୍ୟକ୍ରମରେ ଆଇ ଆଇ ସି କାଲିମେଳା ସହିତ ପଟେରୁ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଖିଲ, ହେଲଥ ଏକ୍ସଟେନସନ ଅଧିକାରିନୀ ଶ୍ରୀମତୀ ପ୍ରମଦା ପଡ଼ିରା, ଚିତ୍ରାଙ୍ଗ ପାଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟା କୁମାରୀ କୌଶଲ୍ୟା କବାସୀଙ୍କ ସହିତ ଆଖପାଖ ଅଞ୍ଚଳର ଶତାଧିକ ଲୋକ ଏକତ୍ରିତ ହେବାକୁ ଦେଖାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଉଦ୍ଦେଶ୍ୟ ଥିଲା ଲୋକମାନେ କିପରି ମଦ ପିଇବା ଠାରୁ ଦୂରେଇ ରହିବେ, ଯାହା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଜିର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସରକାରୀ ଏବଂ ବେସରକାରୀ ପଦାଧିକାରୀ ମାନେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ସହିତ ପଟେରୁ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଖିଲ ଆଜିର କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ। କାଲିମେଳା ଥାନା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵାଳ ଜନସାଧାରଣଙ୍କୁ ସଚେତନ କରିବାକୁ ଯାଇ କହିଥିଲେ ଯେ ନିଶା ଏବଂ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିଲେ ଏକ ସୁସ୍ଥ ସମାଜ ଗଠନ ହେବା ସହିତ ପରିବାରରେ ମଧ୍ୟ ଶାନ୍ତି ଫେରି ଆସିବ। ଯାହା ଦ୍ୱାରା ଅକାଳରେ ଆଉ ଅମୂଲ୍ୟ ଜୀବନ ନଷ୍ଟ ହେବ ନାହିଁ। ଏହାଛଡ଼ା ସେ ଅନ୍ଧବିଶ୍ୱାସ ଉପରେ ଜୋର ଦେଇ କହିଥିଲେ ଯେ ଯଦି କାହାକୁ ସାପ କାମୁଡ଼େ ତେବେ ତାକୁ ଗୁଣିଆ ପାଖକୁ ନ ନେଇ ତୁରନ୍ତ ମେଡିକାଲ ନେଲେ ତାର ଜୀବନ ରକ୍ଷା ହୋଇପାରିବ। ଶେଷରେ ଶ୍ରୀଯୁକ୍ତ ବିଶ୍ଵାଳ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ସମସ୍ତେ ଶପଥ ଗ୍ରହଣ କରିଥିଲେ ଯେ ନିଶା ଠାରୁ ଦୂରେଇ ରହିବେ ଏବଂ ଗୋଟିଏ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ସହାୟକ ହେବେ।
