ଦେଶ ରେ ଗୋଟେ ଲହର ଦେଖିବାକୁ ମିଳିଛି। ସବୁଆଡେ ଖାଲି ମୋଦି ଆଉ ମୋଦି
ଦଶରଥପୁର/(ନିପ୍ର)ଉତ୍ତମ କୁମାର ଦାସ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
। ଆମର ପ୍ରିୟ ପ୍ରଧାନ ମନ୍ତ୍ରୀଙ୍କ ୭୫ତମ ଜନ୍ମ ବାର୍ଷିକ ଉଛବ ସାରା ଦେଶ ମନଉ ଥିବାର ଦେଖିବାକୁ ମିଳିଛି। ବିଞ୍ଝାରପୁର ର ନେତ୍ରୀ ଶ୍ରୀମତୀ ବବିତା ମଲ୍ଲିକ ମଧ୍ୟ ଯୋର୍ ସୋର୍ ରେ ତାଙ୍କ ନିର୍ବାଚନ ମଣ୍ଡଳରେ ମୋଦି ଙ୍କ ଜନ୍ମଦିନ କୁ ପାଳିତ କରିଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳ ରେ ଥିବା ୬ ଟି ମଣ୍ଡଳର ସଭାପତି ସମେତ କାର୍ଯ୍ୟ କର୍ତଙ୍କ ସହ ମିଶି ଦୀପ ପ୍ରଜ୍ବଳନ, ବୃକ୍ଷ ରୋପଣ, ସଫେଇ କାର୍ଯ୍ୟକ୍ରମ ଭଳି ଅନେକ ଜନହିତକର କାର୍ଯ୍ୟ କର୍ମରେ ସାମିଲ ହୋଇଥିଲେ। ତାଙ୍କୁ ଏହି କାର୍ଯ୍ୟକ୍ରମ ରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଶ୍ରୀ ନିରଞ୍ଜନ ବେହୁରିଆ ମହୋଦୟ। ମୋଦୀଙ୍କ ଦେଶପ୍ରତି ରହିଥିବା ଭଲପାଇବା ବାର୍ତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଜେପରି ବୁଝିବା ଦରକାର ସେହିପରି ସଚେତନ କାର୍ଯ୍ୟକ୍ରମ ପ୍ରତ୍ୟେକ କୋଣ ଅନକୋଣରେ କରାଇ ଚାଲିଛନ୍ତି ଶ୍ରୀମତୀ ବବିତା ମଲ୍ଲିକ। ତାଙ୍କର କହିବା କଥା ମୋଦି ଜି ଦେଖିଥିବା ବିକଶିତ ଗାଁ ଠୁ ରାଷ୍ଟ୍ର ର ସ୍ବପ୍ନକୁ ଆମେ ସମସ୍ତେ ଗୁଣ୍ଡୁଚି ମୂଷା ପରି ସହଯୋଗ ଦେବୁ। ପରିବେଶ କୁ ଆଖି ଆଗରେ ରଖି ତାଙ୍କର ଜଉ ଗଛ ଲଗାଇବା ପ୍ରକ୍ରିୟା ରହିଛି ତାକୁ ସଫଳ କରାଇବୁ ।
