ମହିଳା କଲେଜରେ ମା ପାଇଁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୁଧୁବାର ଦିନ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମମତା ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ମା ପାଇଁ ଗଛ ଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପ୍ରକାର ଚାରା ଯଥା ଆମ୍ବ, କରଞ୍ଜ, ବଉଳ, ଜାମ୍ବୁ, ନିମ୍ବ, କଦମ୍ବ ଗଛ ସହିତ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା। ଏଥିରେ ପ୍ରକୃତି ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କଲେଜର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ଏବଂ ରଚନା ପ୍ରତିଯୋଗିତା କରାଯାଇଥିଲା। ବକୃତା ପ୍ରତିଯୋଗୀତାରେ ପ୍ରଥମ ବର୍ଷର ବିଜ୍ଞାନ ଛାତ୍ରୀ ଜୁଲି ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରଚନା ପ୍ରତିଯୋଗିତାରେ ଦ୍ଵିତୀୟ ବର୍ଷର କଳା ଛାତ୍ରୀ ସୋନାଲି ଦୀପ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶେଷରେ ଅନ୍ୟ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
