ଭୀମଭୋଇ ମହାବିଦ୍ୟାଳୟରେ ବିଶ୍ଵ ଓଜନ ଦିବସ ପାଳିତ।
ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ଭୀମଭୋଇ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ବିଶ୍ଵ ଓଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭାରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରିବା ସହ ପୃଥିବୀ ପୃଷ୍ଠରେ ଓଜନ ସ୍ତର ହ୍ରାସ ହେବାର ଭୟାବହତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ । ସ୍ଥାନୀୟ ଏ.ସି.ଏଫ.ମୈତ୍ରୀମଞ୍ଜିତ ବିଶ୍ଵାଳ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ମଞ୍ଚାସୀନ ରହିଥିଲେ। ଏଥିରେ ବିଷୟ ବିଶେଷଜ୍ଞ ଭାବରେ ଦିବ୍ୟରଞ୍ଜନ ଗିରି ଯୋଗ ଦେଇ ପୃଥିବୀରେ ଓଜନ ସ୍ତର ହ୍ରାସ ହେବାର କାରଣ ଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ଏହି ପ୍ରତିଯୋଗିତାରେ ପଚାଶରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା । ସର୍ବଶେଷରେ ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ସୁପ୍ରିୟା କୁମାରୀ ମଲ୍ଲିକ, ମମତା ମୋହାପାତ୍ର, ଡ. ମନୋରଞ୍ଜନ ମହନ୍ତ ଏବଂ କିଶୋର ଠାକୁରଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
