ନୂଆପଡା (ମିଖାଏଲ ନନ୍ଦ ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସ୍ୱୟଂଶାସିତ ମହା ବିଦ୍ୟାଳୟ ପରିସର ମଧ୍ୟରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କଲେଜ୍ ପରିସର ମଧ୍ୟରେ କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭାଷାବିଦ ନୀଳ ଲୋହିତ୍ ସିଂ ଦେଇ, କଲେଜ୍ ପ୍ରାକ୍ତନ ଅଧ୍ୟକ୍ଷ
ଡ଼. ଫାଣିନ୍ଦମ୍ ଦେଓ ଯୋଗ ଦେଇ ପ୍ରକୃତି ଏବଂ ପରିବେଶ ସୁରକ୍ଷା ଚାରା ରୋପଣ ନିତାନ୍ତ ଆବଶ୍ୟକ ଥିବା ବେଳେ ସାମୁହିକ ବୃକ୍ଷ ରୋପଣ ଏକ ଜନ ଆନ୍ଦୋଳନ ରେ ପରିଣତ ହେଉଅଛି। ଯୁକ୍ତ ଦୁଇ ଅଧ୍ୟକ୍ଷ ରଣବୀର ସିଂ ବାବୁ ଙ୍କ ଗୀତା ଶ୍ରୀ ପ୍ରିୟମ୍ବଦା, ବିଷ୍ଣୁ ଦେବ ମଲ୍ଲିକ, ପ୍ରଣତି ପଣ୍ଡା, ଆମ୍ବୁଜ ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ। ସ୍ୱୟଂଶାସିତ ମହା ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ଚାରା ରୋପଣ କରିଥିଲେ। ସମସ୍ତ ସଚେତନ ହୋଇ ନିଜ ଗ୍ରାମ, ଗ୍ରାମ ପଞ୍ଚାୟତ ରେ ଚାରା ରୋପଣ କରି କାର୍ଯ୍ୟକ୍ରମ ରେ ନିଜ ଭାଗିଦାରୀ ସୃଷ୍ଟି କରନ୍ତୁ।
