ନରଣପୁର ରେ ” ମା ପାଇଁ ଗଛ ଟିଏ ” କାର୍ଯ୍ୟକ୍ରମ। ଓଡିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ନରଣପୁର ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ଜନ୍ମ ଦିବସରେ “ମା ପାଇଁ ଗଛ ଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅପରିମିତା ବେହେରା ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସକାଳ ୭ଟା ରୁ ୮ ଟା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ “ମା ପାଇଁ ଗଛ ଟିଏ ” ସ୍ଲୋଗାନ ଦେଇ ବିଦ୍ୟାଳୟ ପ୍ରାଙ୍ଗଣରୁ ନରଣପୁର ଛକ ପର୍ଯ୍ୟନ୍ତ ରାଲି ମଧ୍ୟ୍ୟମ ରେ ପରିକ୍ରମା କରିଥିଲେ l ରାଲିର ଶେଷ ଭାଗରେ ବିଦ୍ୟାଳୟ ର ସଭା ଗୃହରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗଛ ଓ ଜୈବ ବିବିଧତା ସୁରକ୍ଷା ବିଷୟରେ ରଚନା ଲିଖନ ଓ କୁଇଜ ଅନୁଷ୍ଠିତ ହୋଇଥିଲା l ତତ ସହିତ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା l ଏହି ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀ ମତୀ ଅପରିମିତା ବେହେରା ଅଧ୍ୟକ୍ଷତା କରିଥିଲେ ଓ ସହଯୋଗୀ ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ଜେନା ସଂଯୋଜନା କରିଥିଲେ l ଏହି ଅବସରରେ ଓଡିଶା ଗାନ୍ଧୀ ବିଚାର ପରିଷଦ ର ସଭାପତି, ପରିବେଶ ବିତ ତଥା କେନ୍ଦୁଝର ସିଟିଜେନ ଫୋରମ ର ବରିଷ୍ଠ ସଦସ୍ୟ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ସେ ଜୈବ ବିବିଧତା ର ସୁରକ୍ଷା, ବାୟୁ ମଣ୍ଡଳର ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା, ବାୟୁ ପ୍ରଦୂଷଣ କୁ ରୋକିବା, ଜଳ ସ୍ତର କୁ ବଢାଇବା, ମୃତିକା କ୍ଷୟ କୁ କମାଇବା, ସର୍ବପରି କେନ୍ଦୁଝର ଅରଣ୍ୟ ସଂସ୍କୃତି କୁ ବଞ୍ଚାଇ ରଖିବାକୁ ବୃକ୍ଷ ରୋପଣ ଏପରିହାର୍ଯ୍ୟ ଅଟେ l ଏଣୁ ପ୍ରତେକ ଛାତ୍ରଛାତ୍ରୀ, ଶିକ୍ଷକ,, ଶିକ୍ଷୟତ୍ରୀ ଓ ଅଭିଭାବକମାନେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ ରେ ପ୍ରତେକ ଗୋଟିଏ ରୁ ଦୁଇଟି ଗଛ ଲଗାଇବା ଯତ୍ନ ନେବା ଓ ସୁରକ୍ଷା ଦେବାକୁ ବୁଝାଇ ଥିଲେ l ନିଆଁ ଦାଉରୁ ଜଙ୍ଗଲ କୁ ସୁରକ୍ଷା କରିବା ଓ ମଞ୍ଜି ମାଟି ଗୋଲା ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ l ବିଦ୍ୟାଳୟ ପରିବେଶ ରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଫଳ ଚାରା ରୋପଣ କରିଥିଲେ l ଶେଷରେ ଚାରା ରୋପଣ,ଯତ୍ନ ଓ ସୁରକ୍ଷା ପାଇଁ ମୁଖ୍ୟ ଅତିଥି ଗଣ ଶପଥପାଠ କରାଇଥିଲେ l ଶ୍ରୀ ମତୀ ଦିପ୍ତୀରାଣୀ ଓଝା, ବାବୁଲ ସିଂ ଖୁଣ୍ଟିଆ, ପଦ୍ମଲୋଚନ ମହାନ୍ତ, ମୋନାଲିସା ତ୍ରିପାଠୀ ସ୍ମୁତି ପ୍ରିୟା ସାହୁ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
