ସିଂହପୁର ସ୍କୁଲ ପ୍ରାଙ୍ଗଣରେ ଜସ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି
ବିଞ୍ଝାରପୁର:(ନିପ୍ର )ରିପୋର୍ଟର ବିଜୟ କୁମାର ବାରିକ ଭଞ୍ଜଦୂତ ଖବର
ଭାରତବର୍ଷର ଜସ୍ୱସି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜୟନ୍ତୀ ଉପଲକ୍ଷେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସାରା ରାଜ୍ୟରେ ୭୫ଲକ୍ଷ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଛନ୍ତି। ମା’ପାଇଁ ଗଛଟିଏ ନାରାର ମହତକୁ ପ୍ରତିପାଦିତ କରିବାକୁ ତଥା ସଫଳ କରିବାକୁ ଗତକାଲି ମୋଦିଙ୍କ ଜନ୍ମଦିନରେ ବିଂଝାରପୁର ବ୍ଲକର ସିଂହପୁର ମେଡିକାଲ ପଡ଼ିଆରେ ଶତାଧିକ ବିଜେପି କର୍ମୀ ,ମହିଳା କର୍ମୀ ଓ ସମାଜସେବୀ ଆଦି ବୃକ୍ଷରୋପଣ କରିବା ସହତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ। ସିଂହପୁର ପଂଚାୟତ ବିଜେପି ସଭାପତି ଶ୍ରୀ ଗୋପାଳ ପ୍ରଧାନ ଓ ଜିଲ୍ଲା ଯୁବ ବିଜେପି ଉପ ସଭାପତି ଶ୍ରୀ ଅଭିମନ୍ୟୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସର୍ବଶ୍ରୀ ସତ୍ୟବ୍ରତ ସାମଲ, ପ୍ରେମଲତା ସାମଲ, ପ୍ରମିଳା ବେହେରା, ସୁଚିତ୍ରା ବେହେରା, ଚକ୍ରଧର ନାୟକ, ତ୍ରିଲୋଚନ ରାଉତ, ସୁବାସ ପ୍ରଧାନ, କାଳନ୍ଦୀ ବାରିକ, ଅସିତ ସାହୁ, ଗୋଲେଖ ମାହାଳିକ,ଏକାଦୁସୀ ମାହାଳିକ, ରବୀନ୍ଦ୍ର ନାୟକ, ପ୍ରଦୀପ ସାମଲ, ସତ୍ୟରଞ୍ଜନ ସାମଲ, ଅରୁଣ ସାମଲ, ରମେଶ ସାମଲ, ପ୍ରଶାନ୍ତ ଥାଟୋଇ, ସୌମ୍ୟରଂଜନ ଜେନା, ସୁଜିତ କାଣ୍ଡି, ସୁନୀଲ ପାତ୍ର, ଗୁରୁଚରଣ ସାହୁ ଦିବାକର ଜେନା, ଅଜୟ ମଳିକ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।
