ଜେନାପୁର ରେ ମା କେ ନାମ୍ ପେ ଏକ୍ ପେଡ୍ କାର୍ଯ୍ୟକ୍ରମ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଜେନାପୁର ପଞ୍ଚାୟତ ରେ ଥିବା ଜେନାପୁର ନୋଡାଲ ୟୁ,ପି ସ୍କୁଲ ରେ ଏବଂ କୁସୁନପୁର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏଥିରେ ଜେନାପୁର ଗ୍ରାମ ପଞ୍ଚାୟତ ବିଜେପି ସଭାପତି ପ୍ରକାଶ ବରାଳ ଙ୍କ ସହ ଅନେକ ବୁଦ୍ଧି ଯିବି, ଯୁବକ,ସ୍କୁଲ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଏସ,ଏଚ୍ ଜି, ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ ଏବଂ ଜେନାପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତ ବରାଳ, ଜେନାପୁର ,ପି ଇ ଓ ,ଦୁଷ୍ମନ୍ତ ଗୋଛାୟତ,ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ତାଙ୍କର ୭୫ ତମ ଜନ୍ମ ଦିନର ଶୁଭେଚ୍ଛା ଶୁଭକାମନା ଜଣାଇବା ସହ ବୃକ୍ଷ ରୋପଣ କରିଥିଲେ। ଯୁବ ସମାଜସେବୀ ପ୍ରକାଶ ବରାଳ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ତାଙ୍କର ମତ ରଖି କହିଥିଲେ ଖାଲି ବୃକ୍ଷ ଟିଏ ଲଗାଇଦେଲେ ହେଵ ନାହିଁ ଏ ବୃକ୍ଷ ଗୁଡିକର କେମିତି ରକ୍ଷଣାବେକ୍ଷଣ କରାଯିବ ତା ସମ୍ବନ୍ଧରେ କହିଥିଲେ। ଧର୍ମଶାଳା ପ୍ରତିନିଧି କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
