ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ:
କୋଟପାଡ଼
କୋଟପାଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ସଡରୋଙ୍ଗl ଗ୍ରାମ ପଂଚାୟତ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଡ଼ରଙ୍ଗା ଗ୍ରାମର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ ଆବର୍ଜନା ସଫେଇ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସୟଂ ସହାୟକ ଗୋଷ୍ଠୀ ଙ୍କ ସହିତ କୋଟପାଡ଼ ବିଜେପି ର ଉପ ସଭାପତି ରାଜ ମହାନ୍ତି ଓ ରାଷ୍ଟ୍ରୀୟ ସ୍ୱୟଂମ ସେବକ ସଂଘ ର ସଂଘଟକ ଶ୍ରୀ ଧର ପଣ୍ଡା ଙ୍କ ସମେତ ଷୋଡରଙ୍ଗl ପଂଚାୟତ ର ସରପଞ୍ଚ ଓ କାର୍ଯ୍ୟ ନିର୍ବିହି ଅଧିକାରୀ ଶ୍ରୀ ଅଜିତ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ସ୍ୱଚ୍ଛତାହିଁ ସେବା କାର୍ଯ୍ୟକ୍ରମ ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହୋଇ ଅକଟୋବର 02 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଗାମୀ ତାରିଖ ରେ ବିଭିନ୍ନ ପଂଚାୟତ ମାନଙ୍କ ରେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ବ୍ଲକ ସଂଜଜକ ଭାସ୍କର ପଟ୍ଟନାୟକ କହିଛନ୍ତି l
କୋଟପାଡ଼ ରୁ ଅଶ୍ବିନୀ ପଟ୍ଟନାୟକ
