ନୂଆପଡ଼ା ( ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବସଷ୍ଟାଣ୍ଡ ଯିବା ପାଇଁ ରାସ୍ତାର ଦୃଶ୍ୟ ଅତି ଶୋଚନୀୟ ଆଁଣ୍ଠିଏ କାଦୁଅ ରାସ୍ତା ଶହ ଶହ ବସ ସାଙ୍ଗକୁ ଖଡିଆଳ ପବ୍ଲିକ ସ୍କୁଲ ଆସିବାପାଇଁ ସ୍କୁଲ ଛାତ୍ର ଛାତ୍ରୀଙ୍କ ନିତିଦିନିଆ ଯିବା ଆସିବା ରାସ୍ତା ବର୍ଷ ବର୍ଷ ଧରି ମରାମତି ହେଉ ନାହିଁ ବୋଲି ଅଭିଯୋଗ ଆସୁଛି । ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏ ଉପରେ ଦୃଷ୍ଟି ଦେଉନାହାନ୍ତି ବଡ ଗାଢ଼ା ହୋଇଗଲେ କିଛି ମୁରୁମ୍ ମାଟି ଆଣି ଉପରେ ଦେଉଛନ୍ତି କିଛି ଦିନ ପରେ ରାସ୍ତା ର ଅବସ୍ଥା ପୁଣି କାଦୁଅ ସରସର ହୋଇ ଯାଉଛି ଏଣୁ ସ୍ଥାନୀୟ ଲୋକ ଶୀଘ୍ର ଏହି ରାସ୍ତାର ସ୍ଥାୟୀ ସମାଧାନ କରିବାପାଇଁ ସହର ବାସୀ ଦାବି କରି ଛନ୍ତି । ଏ ଉପରେ ଏନ୍ ଏ ସି ଇ ଓ ସ୍ବାଧିନ କେତନ ମହାରଣା ଙ୍କୁ ପଚାରିବାରୁ ଶୀଘ୍ର ରାସ୍ତା ନିର୍ମାଣ ପ୍ରସ୍ତାବ ଦେଇ ସ୍ଥାୟୀ ପିଚୁ ରାସ୍ତା କରାଯିବ ବୋଲି ପରିପ୍ରକାଶ କରିଥିଲେ ।
