ଧରଣୀଧର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ନାମଲେଖା ଏବଂ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
କେନ୍ଦୁଝର
ଧରଣୀଧର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ନାମଲେଖା ଏବଂ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ଛାତ୍ର ଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନ ଡ଼କ୍ଟର ପ୍ରଭୁପ୍ରସାଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ, ସ୍ବେଚ୍ଛାସେବୀର ଭୂମିକା ଦାୟିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ଥିଲେ । ଏଥିରେ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିନେଶ ମହାରଣା ଅଧ୍ୟକ୍ଷତା କରି ଥିଲେ l ମୁଖ୍ୟ ବକ୍ତା ଭାବେ ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ସିଟିଜେନ ଫୋରମର ବରିଷ୍ଠ ସଦସ୍ୟ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଜାତୀୟ ସେବା ଯୋଜନାର ଇତିହାସ, ଲକ୍ଷ୍ୟ, ଉଦ୍ୟେଶ ଏବଂ ସମାଜ ପାଇଁ ସ୍ଵୟଂସେବକ ସେବିକା ମାନଙ୍କର ଦାୟିତ୍ଵ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ଧରଣୀ ଧର ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ବ୍ୟୁରୋ ସଂଯୋଜିକା ଡ଼କ୍ଟର ସରିତା ନାୟକ ଜାତୀୟ ସେବା ଯୋଜନାର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଜାତୀୟ ସେବା ଯୋଜନା ଦ୍ଵିତୀୟ ବର୍ଷର ସ୍ଵୟଂସେବିକା ପ୍ରିୟଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଜାତୀୟ ସେବା ଯୋଜନାର ସମସ୍ତ ସ୍ଵୟଂସେବକ ଓ ସେଵିକା ମାନେ କାର୍ଯ୍ୟକ୍ରମ ଶେଷରେ ସ୍ବେଛାସେବୀ ଭାବେ କାର୍ଯ୍ୟ କରିବାକୁ ସାମୁହିକ ଶପଥ ଗ୍ରହଣ କରିଥିଲେ l
