*କାହା ସ୍ୱାର୍ଥରେ ବିରଜା ହାଟ
* ଯାଜପୁର/(ନିପ୍ର)ସରୋଜ କୁମାର ଧଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
*
ଯାଜପୁର ଜିଲ୍ଲାର ବୋହୂ ପୁରାତନ ଓ ଆଜିକାର ବୋହୂ ଚର୍ଚ୍ଚିତ ବିରଜା ହାଟ ଆଜି କାହାର ସ୍ବାର୍ଥ ରେ ଚାଲିଅଛି ଏହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ବିରଜା ହାଟ ବୋହୂ ପୁରାତନ ଯାହାକି ଏହି ହାଟ ଉପରେ ଅନେକ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଚାଷୀ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ।ଏହି ହାଟ ଦ୍ଵାରା ଏହି ଅଞ୍ଚଳର ବୋହୂ ଗ୍ରାମ ସହିତ ଯାଜପୁର ଜିଲ୍ଲାର ଚାରିଟି ବ୍ଲକ୍ ଏବଂ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳ ର ସାଧାରଣ ଲୋକ ମାନେ ସମ୍ପୂର୍ଣ ନିର୍ଭର କରନ୍ତି।ଏହି ହାଟ ଦ୍ଵାରା ସାଧାରଣ ଚାଷୀ ଟିଏ ତାର ଖେତ ବାଡ଼ିରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାଏ ।କିନ୍ତୁ ବିଡମ୍ବନା ର ବିଷୟ ଏହି ହାଟ ଦଶନ୍ଧି ଦଶନ୍ଧି ଧରି ଚାଲିଥିଲେ ମଧ୍ୟ ରାଜନୈତିକ ଦୃଷ୍ଟି ରୁ ଏହି ହାଟ ଉପରେ ଆଜି ପର୍ଯ୍ୟନ୍ତ କୌଣସି ଉନ୍ନତି ପଦକ୍ଷେପ ନିଆଯାଇ ନାହିଁ । ଯଦି ବି କୌଣସି ସରକାରଙ୍କ ଦ୍ଵାରା କିଛି ଉନ୍ନତି ର ପଦକ୍ଷେପ ନିଆଯାଇଥିଲା ତାହାଲେ ଆଜି ର ଦିନରେ ଏହି ହାଟ ର ଏତେ ଦୂରବସ୍ଥା କଣ ପାଇଁ।ଯାହାକି ସାଧାରଣ ଲୋକଙ୍କୁ ଠୁ ଆରମ୍ଭ କରି ଚାଷୀ , ବ୍ୟବସାୟୀ ପର୍ଯ୍ୟନ୍ତ କେହି ବି ଜଣେ ଶାନ୍ତି ନାହାଁନ୍ତି କାରଣ ବର୍ଷା ଦିନ ଏତେ କାଦୁଅ ଯେ ଜଣେ ଚାଲି କି ଯିବା କଷ୍ଟକର।କିଛି ଦିନ ପୂର୍ବେ ଏହି ହାଟ ର ପୁନଃ ଉଦ୍ଧାର ପାଇଁ ଏବଂ ବିରଜା ମାଙ୍କ ପରିକ୍ରମା ବୃଦ୍ଧି ଉଦ୍ଦେଶ୍ୟରେ ଏହି ହାଟ କୁ ପ୍ରଶାସନ ତରଫରୁ ସନ୍ଥ ମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା।ଯାହାକି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମାନଙ୍କ ପର୍ଯ୍ୟନ୍ତ ଏହାକୁ ସ୍ଵାଗତ କରାଯାଇଥିଲା।କିନ୍ତୁ ମାତ୍ର କିଛି ଦିନ ଏହି ହାଟ ସେଠାରେ ଠିକ୍ ଠାକ୍ ଚାଲିବା ପରେ କିଛି କୁ ଚକ୍ରାନ୍ତ କାରୀ ଏହାକୁ ବିରୋଧ କରି ପୁଣି ସେହି ପୁରୁଣା ସ୍ଥାନକୁ ହାଟ କୁ ସ୍ଥାନାନ୍ତର କରାଇଥିଲେ।ଏଠାରେ ସୂଚନା ଥାଉ କି ଏହି ହାଟ ଲାଗି ଯାଜପୁର ରେ ଏକ ଉଗ୍ର ଆନ୍ଦୋଳନ ସୃଷ୍ଟି ହୋଇଥିଲା।
ସାଧାରଣରେ ଏଠାରେ ପ୍ରଶ୍ନ ଉଠୁଛି ଏହି ହାଟ ତ ବୋହୂ ପୁରୁଣା କିନ୍ତୁ ଏହା ମଧ୍ୟରେ କୌଣସି ସରକାର କି ସ୍ଥାନୀୟ ପ୍ରଶାସନ ଏହାର ସ୍ଥାୟୀ ସମାଧାନ କରିପାରିଲେ ନାହିଁ କି ହାଟର ଉନ୍ନତି କରଣ କରିପାରିଲେ ନାହିଁ।ଏକ ବିଡମ୍ବନା ର କଥା ହେଉଛି ସରକାରଙ୍କ ରାଜକୋଷରୁ ଅନେକ ଟଙ୍କା ଖର୍ଚ୍ଚ ହୋଇ ଏକ ନୂତନ ହାଟ ପ୍ରସ୍ତୁତି ହୋଇଥିଲା କିନ୍ତୁ କିଛି ସ୍ବାର୍ଥ ହାସଲ କାରୀ ଓ କୁ ଚକ୍ରାନ୍ତ କାରୀ ମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଏହି ସ୍ଥାନ ଏବେ ଏକ ଅଲୋଡ଼ା ହୋଇପଡିଛି।ଖାଲି ସେତିକି ନୁହେଁ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ତିଆରି ହୋଇଥିବା ନୂତନ ହାଟ ଆଜି ନିଶାଡି ଓ ଜୁଆଡି ମାନଙ୍କର ଏକ ଆଡ୍ଡା ସ୍ଥଳୀ ପାଲଟିଛି ଯାହାକି ସ୍ଥାନୀୟ ବାସିନ୍ଦା ଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଅନ୍ୟତ୍ର ଦେଖିବାକୁ ଗଲେ ନୂତନ ହାଟ ରେ ସାଧାରଣ ଜନତା ଉଦ୍ଦେଶ୍ୟ ରେ ଗମନା ଗମନ ପାଇଁ ସବୁ କିଛି ସୁବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆଜି ସେହି ସ୍ଥାନ ଅଲୋଡ଼ା ହୋଇ ପଡ଼ି ରହିଛି କିନ୍ତୁ ବର୍ତ୍ତମାନ ଚାଲିଥିବା ହାଟ ଗମନା ଗମନ ର କୌଣସି ସୁବିଧା ନଥାଇ ଆଁଠୁଏ ପାଣି କାଦୁଅ ରେ ହାଟ ଚାଲିଛି ।ସେଥିପ୍ରତି କାହାର ବି ନିଘା ନାହିଁ, ନା ଅଛି ପ୍ରଶାସନ ର,ନା ଅଛି କୁ ଚକ୍ରାନ୍ତ କାରୀ ବ୍ୟବସାୟୀ ମାନଙ୍କର,ନା ଅଛି ରାଜନୈତିକ ଦଳର। ବର୍ତମାନ ବର୍ଷା ଦିନେ ସେହି ହାଟକୁ ଥରେ ଗଲେ ଦ୍ୱିତୀୟ ଥର ପାଇଁ କେହି ମନ ବଲାଇବେ ନାହିଁ ଯିବା ପାଇଁ।
କାହା ସ୍ୱାର୍ଥରେ ଚାଲିଛି ଆଜି ବିରଜା ହାଟ???
କାହା ପାଇଁ ଉଦ୍ଧିଷ୍ଟ ବିରଜା ହାଟ???
