ସମନ୍ୱିତ କୃଷି ପ୍ରଶିକ୍ଷଣ ଶିବିର
ଧର୍ମଶାଳା/(ନିପ୍ର)ରିପୋର୍ଟର,, କୁଲୁ ବରାଳ ଭଞ୍ଜଦୂତ ଖବର
ଧର୍ମଶାଳା ବ୍ଲକ ଅନ୍ତର୍ଗତ ମର୍ଜିତାପୁର ଗ୍ରା. ପ. ର ହିଙ୍ଗୁଳା ପୀଠ ନିକଟରେ ଆଜି ଏକ ସମନ୍ୱିତ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି। ଏହି କାର୍ଯ୍ୟକ୍ରମ ଟି ଧର୍ମଶାଳା କୃଷକ ମହାସଂଘ ତରଫରୁ ଆୟୋଜିତ ହୋଇଥିଲା। ଏଥିରେ ଯାଜପୁର କୃଷି ବିଜ୍ଞାନ କେନ୍ଦ୍ର (ବଡ଼ଚଣା)ର ବୈଜ୍ଞାନିକ ଡକ୍ଟର ଲଳିତ ମହାନ୍ତି ଓ ଡକ୍ଟର ସୁବ୍ରତ ପାଣିଗ୍ରାହୀ ଓ ଧର୍ମଶାଳା ଉଦ୍ୟାନ ବିଭାଗର ଶ୍ରୀଯୁକ୍ତ ନାରାୟଣ ହେମ୍ରମ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା କୃଷକ ମହାସଂଘ ର ସଭାପତି ସୁବ୍ରତ କୁମାର ମଲିକ, ସମ୍ପାଦକ ମାନସ ସାମଲ, ସହ ସମ୍ପାଦକ ଗିରିଧାରୀ ପ୍ରଧାନ, ସଭ୍ୟ ନିରଞ୍ଜନ ଜେନା, ପ୍ରଦୀପ ମଲିକ, ହରିହର ସ୍ୱାଇଁ, ରମେଶ ରଞ୍ଜନ ଜେନା, ଜୟନ୍ତ କୁମାର ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଧର୍ମଶାଳା ବ୍ଲକର ପ୍ରାୟ ୪୫ ଗୋଟି ପଞ୍ଚାୟତ ରୁ ବହୁ ଚାଷୀ ଏଥିରେ ଅଂଶଗ୍ରହଣ କରିବା ସହ ସେମାନଙ୍କର ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ଏହି ଅଞ୍ଚଳ ରେ ହେଉଥିବା ଡାଲି ଜାତୀୟ ଫସଲ ଯଥା ମୁଗ, ବିରି, ଚିନାବାଦାମ ଆଦିରେ ଘାସ ନିୟନ୍ତ୍ରଣ କରିବା, ଧାନ ଫସଲରେ ରୋଗପୋକ ନିୟନ୍ତ୍ରଣ କରିବା ବିଷୟରେ ଚାଷୀ ଭାଇ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବିଶେଷ କରି ଚାଷୀ ମାନେ ମାଣ୍ଡିଆ ଓ ସୁଅଁ ଚାଷ ପାଇଁ ଆଗ୍ରହୀ ଥିବାର ପରିଲକ୍ଷିତ ହୋଇଥିଲା ବୋଲି କୃଷି ବୈଜ୍ଞାନିକ ପ୍ରକାଶ କରିଥିଲେ। ଚାଷୀମାନେ କିପରି ନୂଆ କିସମର ହାଇବ୍ରିଡ଼ ବିହନ, ଉନ୍ନତ ଚାଷ ପ୍ରଣାଳୀ,ଡ୍ରୋନ,ନୂଆ ଯନ୍ତ୍ରପାତି ବ୍ୟବହାର କରି କିପରି ଅଳ୍ପ ଖର୍ଚ୍ଚ ରେ ଅଧିକ ଅମଳ କରି ପାରିବେ ସେ ବିଷୟରେ ମଧ୍ୟ ଶିକ୍ଷା ଦାନ କରା ଯାଇଥିଲା। କୃଷକ ମାନଙ୍କୁ ସେମାନଙ୍କର ମୃତ୍ତିକା କୁ ନେଇ ଯାଜପୁର କୃଷି ବିଜ୍ଞାନ କେନ୍ଦ୍ରରେ ପରୀକ୍ଷା କରାଇ ଜମିରେ କଣ କଣ ସାର ପ୍ରୟୋଗ କରିବାକୁ ପଡ଼ିବ ଜାଣିବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯ୍ୟକ୍ରମ ଟି ପାଇଁ ମାର୍ଜିତପୁର ସରପଞ୍ଚ ଓ ସଙ୍ଘର ଉପଦେଷ୍ଟା ଶ୍ରୀକାନ୍ତ ସାହୁ ବହୁ ସାହାଯ୍ୟ କରିଥିବାରୁ ସଙ୍ଘ ତରଫରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା।
