*ଅଲ୍ ଗୁରୁ ପଣ୍ଡିତ ରଇଦାସ ସିଂ ନାଗଙ୍କ ଜନ୍ମ ସ୍ଥାନରେ ଜୟନ୍ତୀ ପାଳିତ*
ମୁଣ୍ଡାରୀବାନି ଲିପିର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ଜନ୍ମ ଜୟନ୍ତୀ ତା୦୫/୦୨/୨୦୨୫ରିଖ ଗୁରୁବାର କୁଳିଅଣା(ଚାନ୍ଦୁଆ) ବ୍ଲକ ସ୍ଥିତ ଜନ୍ମ ସ୍ଥାନ ଚାନ୍ଦୁଆ ଠାରେ “ଅଲ୍ ଗୁରୁ ରଇଦାସ ସିଂ ନାଗ କମିଟି” ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ବିଭିନ୍ନ ସଂଗଠନର ସଦସ୍ୟମାନେ ରଇଦାସ ସିଂ ନାଗଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜନ୍ମ ଜୟନ୍ତୀ ସଭାରେ ମୁଣ୍ଡା ଶାସନ ଗୁଟଗାମ୍ ର ଜିଲ୍ଲା ଆବାହକ ମନୋରଞ୍ଜନ ସିଂ ହାଳାଦ୍, ସମାଜ ସେବୀ ସୁନ୍ଦର ମୋହନ ସିଂ, ରବିବାରୀଆ ସ୍କୁଲ ଶିକ୍ଷକ ବୁଧୁ ସିଂ ଜାମ୍ଵୁଦାଃ ଓ ସୁବୋଧ ଚନ୍ଦ୍ର ସିଂ କେମ୍ଟେୟା, ଏମ୍.ଏଲ୍.ସି.ସି. କାର୍ଯ୍ୟକର୍ତ୍ତା ସତ୍ୟବାନ ସିଂ ଏବଂ ବୁଧୁରାମ ସିଂ ତଥା ଚାନ୍ଦୁଆ କମିଟିର କାର୍ଯ୍ୟ-କର୍ତ୍ତା ହାତୁମୁଣ୍ଡା ରଙ୍ଗଲାଲ୍ ସିଂ ବିରଗାମ୍, ଗୁରୁଚରଣ ସିଂ,ଜିତରାୟ ସିଂ, ମଧୁ ସିଂ, ସୁଶାନ୍ତ ସିଂ, ଦୁଲାରୀ ସିଂ, ଓଡ଼ିଶା ସୀମାନ୍ତ ପଶ୍ଚିମ ବଙ୍ଗ, ବିହାର ଏବଂ ଝାରଖଣ୍ଡରୁ ପ୍ରମୁଖ ଯୋଗଦେଇ ମୁଣ୍ଡାରୀ ଭାଷା ଏକ ବହୁ ପୁରାତନ ଭାଷା ଯାହା ସିନ୍ଧୁ ସଭ୍ୟତା ମହେଞ୍ଜଦାର ହରପ୍ପା ଇତିହାସରେ ମଧ୍ୟ ପରିଲକ୍ଷିତ ହୁଏ. ଗୋଟିଏ ଭାଷାର ଲିପି ଅତ୍ୟନ୍ତ ମହତ୍ବପୂର୍ଣ୍ଣ । ତାଙ୍କ ଅବଦାନ ସମାଜ ପାଇଁ ରଇଦାସ ସିଂନାଗଙ୍କ ନିଷ୍ଠାପୂର୍ଣ୍ଣ ସେବା, ଶିକ୍ଷା ଓ ଶିକ୍ଷା ଓ ସାମାଜିକ ସଚେତନତା ସହିତ ସମ୍ପର୍କରେ ବିସ୍ତାରିତ ଆଲୋଚନା କରି ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଯୁବପିଢ଼ୀ ପାଇଁ ପଥ ଧାରା ଆଜିର ପଥପ୍ରଦର୍ଶକ ଭାବେ କାମ କରୁଛି ବୋଲି କହିଥିଲେ। ଏହି ଅବସର ରେ ଉପସ୍ଥିତ ସଦସ୍ୟମାନେ ତାଙ୍କ ପ୍ରଦର୍ଶିତ ପଥରେ ଚାଲିବା, ସମାଜସେବାରେ ନିଜକୁ କରିବା ପାଇଁ ଶପଥ ଗ୍ରହଣ କରିଥିଲେ ଏବଂ ମୁଣ୍ଡାରୀରେ ବିଭିନ୍ନ ପ୍ରତିଯୋଗିତା ପ୍ରଦର୍ଶନ କରିଥିଲେ ଏବଂ ମୁଣ୍ଡାରୀ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରି ୧ମ,୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ର-ଛାତ୍ରୀଙ୍କୁ ରବିବାରୀୟା ମୁଣ୍ଡାରୀ ଶିକ୍ଷକବୁଧୁ ସିଂଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ
ମୁଣ୍ଡାରୀ ପାରମ୍ପରିକ ନୃତ୍ୟ ୬ଟି ଦଳ ପରିବେଷିତ ପାଇଁ ପାଟଶାଣୀ ପୁର୍, ନିମେଇଡିହି, ଝିନେଇ, ସରଗଛିଡା, କଖାରୁଶୋଳ୍ ଏବଂ ଚାନ୍ଦୁଆରୁ ବିଭିନ୍ନ ପ୍ରକାର ନାଚ ପ୍ରଦର୍ଶନ କରିଥିଲେ। ଶେଷରେ ଚାନ୍ଦୁଆ ପି.ଏସ୍. ମେମ୍ବର ପ୍ରଦୀପ କୁମାର ସିଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।
