କୋଶଳ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଚିନ୍ତନ ଦିବସ ପାଳିତ |
ସୁବର୍ଣ୍ଣପୁର ଜିଲ୍ଲା:- କୋଶଳ ଉଚ୍ଚ ବିଦ୍ୟାଳୟ,ସୋନପୁରରେ ଆଜି ବିଶ୍ୱ ଚିନ୍ତନ ଦିବସ ପାଳିତ ହୋଇଯାଇଛି | ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପରମା ନାଏକ ଅତିଥିମାନଙ୍କର ପରିଚୟ ରଖିବା ସହ ସ୍ବାଗତ ଅଭିଭାଷଣ ରଖିଥିଲେ ଓ ଏବଂ ତାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ଅଗ୍ରସର ହୋଇଥିଲା | ବିଦ୍ୟାଳୟର ଗାଇଡ୍ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ମିତା ରାଣୀ ନାୟକ ସଭାକୁ ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ | ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଉପସ୍ଥିତି କ୍ରମେ ସ୍କାଉଟ୍ ଓ ଗାଇଡ ଛାତ୍ର ଓ ଛାତ୍ରୀମାନଙ୍କ ଦ୍ଵାରା ପତାକା ଉତ୍ତୋଳନ କରିବା ପରେ ସଭାକାର୍ଯ୍ୟର ପ୍ରାରମ୍ଭ ହୋଇଥିଲା | ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଓ ସଂପାଦକ ଶ୍ରୀଯୁକ୍ତ ବାଲାଜୀ ବିଶ୍ଵନାଥ ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ ସଂଗଠନ କମିଶନର ଶ୍ରୀଯୁକ୍ତ ଅନନ୍ତରାମ ମେଣ୍ଡିଲି ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ | ସ୍କାଉଟ୍ ଓ ଗାଇଡ୍ ପ୍ରତିଷ୍ଠାତା ରୋବର୍ଟ ଷ୍ଟିପେନସନ୍ ସ୍ମିତ୍ ବେଡେନ୍ ପାୱେଲ ଓ ତାଙ୍କ ସ୍ତ୍ରୀ ଚାଲ୍ସ ଓଲେଭ୍ ବେଡେନ୍ ପାୱେଲ୍ ଜନ୍ମ ଦିବସକୁ ବିଶ୍ଵ ଚିନ୍ତନ ଦିବସ ଭାବେ ପାଳନ କରାଯାଏ ବୋଲି କଥା ରଖିଥିଲେ ଓ ସ୍କାଉଟ୍ ଓ ଗାଇଡ ସେବା ଓ ବନ୍ଧୁତାର ପ୍ରତୀକ ବୋଲି ମତ ରଖିଥିଲେ ସମ୍ମାନୀତ ଅତିଥି ଅନନ୍ତରାମ ମେଣ୍ଡିଲୀ | ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ | ଏହି ସଭାରେ ବିଦ୍ୟାଳୟର ତତ୍ଵଦର୍ଶୀ ମେଣ୍ଡିଲୀ, ଦୀପ୍ତିମୟୀ ପଲିଆ, ଗୌରୀ ବଗର୍ତ୍ତୀ, ଦୁଶିଲା ପଧାନ, କାମିନୀ ଜେନା, ରୂପା ପଧାନ ,ଶ୍ରୀତମ ସାମଲ ଓ କମଳ ଗୁରୁଜୀ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ |
