ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋରରେ ଅନେକ ସମୟରେ ରାତି ଅନିଦ୍ରା ହୋଇ ଦିନ ରାତି ଏକ କରି ତହସିଲଦାର ଓ ଖଣି ବିଭାଗ ପକ୍ଷରୁ ଜବତ କରାଯାଇ ସୋର ଥାନାରେ ଜିମା ଦିଆଯାଇଥିବା ବାଲିରୁ କିଛି ବାଲି ଗତକାଲି ରାତିରେ ସୋର ଥାନା ପରିସରରୁ ଚୋରୀ ହୋଇଥିବା ଜଣାପଡ଼ିଛି। ଗତ ୨୨ ତାରିଖରେ ସୋର ତହସିଲ ଓ ଖଣି ବିଭାଗ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥରେ ଚଢ଼ାଉ କରାଯାଇ ୫ ଟି ବାଲି ଗାଡିକୁ ଜବତ କରାଯିବା ସହିତ ସୋର ଥାନାକୁ ଜିମା ଦିଆଯାଇଥିଲା। ସେହିପରି ଗତ ଜୁନ ମାସ ୧୩ ତାରିଖରେ ୫ଟିବାଲିଗାଡି ଓ ଗତ ଫେବୃଆରୀ ମାସ ୨୧ ତାରିଖରେ ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗର ମିଳିତ ଚଢ଼ାଉରେ ୧୯ ଟି ବାଲି ଗାଡିକୁ ଜବତ କରାଯାଇଥିଲା। ମାତ୍ର ଉକ୍ତ ବାଲିଗାଡି ଗୁଡିକ ମଧ୍ୟରୁ ମାତ୍ର ହାତ ଗଣତି ୫ରୁ ୬ ଟ୍ରିପ ବାଲି ସୋର ଥାନା ପରିସରରେ ଥିବା ବେଳେ ଅନ୍ୟ ବାଲିଗାଡିର ବାଲି ଓ ପଥର ଗାଡିର ପଥର କୁଆଡେ ଗଲା ଯାହା ତଦନ୍ତ ସାପେକ୍ଷ। ଜବତ ବାଲିଗାଡିକୁ ମାଲିକ ମାନେ କିଛିଦିନ ମଧ୍ୟରେ ବେଲରେ ନେଇ ଯାଉଥିବା ବେଳେ ବାଲିକୁ ସୋର ଥାନାରେ ଢ଼ାଳିବା କଥା ଯାହା ମାତ୍ର କେତୋଟି ଗାଡିର ବାଲି ସୋର ଥାନା ପରିସରରେ ଥିବା ବେଳେ ଅନେକ ଗାଡିକୁ ପୋଲିସ ବାଲି ନ ଢ଼ାଳି ଛାଡି ଦେଇଥିବା ଜଣାପଡ଼ିଛି। ଯେଉଁ କିଛି ଗାଡିର ବାଲି ଜବତ ହୋଇଥିଲା ତାହା ମଧ୍ୟରୁ ଗତକାଲି ରାତିରେ ୪ ଟ୍ରିପରୁ ଅଧିକ ବାଲି ଚୋରି ହୋଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି। ଥାନା ପରିସରିସରରୁ ରାତି ଅଧରେ ଏପରି ବାଲି ଚୋରୀକୁ ସାଧରଣରେ ନିନ୍ଦା କରାଯାଇଛି। ଉକ୍ତ ବାଲିକୁ କେହି ଚୋରୀ କରିଛନ୍ତି ନା ପୋଲିସ ପ୍ରଶାସନ ନିଜ ପକେଟ୍ କୁ ଗରମ କରିବା ପାଇଁ କାହାକୁ ବିକିଛନ୍ତି ତାହା ତଦନ୍ତ ସାପେକ୍ଷ। ଏ ବାବଦରେ ଜିଲ୍ଳା ପ୍ରଶାସନ ଗୁରୁତ୍ୱ ଦେଇ ଘଟଣାର ତଦନ୍ତ କରିବା ସହିତ ପାଇଁ ସାଧାରଣରେ ଦାବି ହୋଇଛି।