
ବଡସାହି, ଚଳିତ ବର୍ଷ ଅଗଷ୍ଟ ୮ ତାରିଖ ପଡ଼ୁଛି ରକ୍ଷା ବନ୍ଧନ । ପ୍ରାୟ ସବୁ ଝିଅମାନେ ଚାହିଁଥାନ୍ତି, ଏହି ପବିତ୍ର ଦିନରେ ନିଜ ଭାଇ ହାତରେ ରକ୍ଷା ବନ୍ଧନ ବାନ୍ଧିବା ପାଇଁ । ତେଣୁ ପ୍ରତିବର୍ଷ ଭାଈ ହାତରେ ସୁନ୍ଦର, ଆକର୍ଷଣୀୟ ଓ ନୂଆ ଡିଜାଇନର ରାକ୍ଷୀଟିଏ ବାନ୍ଧିବା ପାଇଁ ସେମାନେ ନିଜ ନିଜ
ପ୍ରୟାସରେ ଥାଆନ୍ତି । ତେଣୁ ବର୍ତମାନର ସୋସିଆଲ ମିଡିଆ ସେମାନଙ୍କର ଚାହିଦାକୁ ମେଣ୍ଟାଇବା ପାଇଁ ଏକ ମଧ୍ୟମ ପାଲଟିଛି । ବିଭିନ୍ନ କାରିଗରମାନଙ୍କର ସୋସିଆଲ ମିଡିଆ ସାଇଡରୁ ଭଉଣୀମାନେ ସୁନ୍ଦର ଓ ଆକର୍ଷଣୀୟ ରାକ୍ଷୀ ଚୟନ କରି ଅର୍ଡର କରୁଥିବାର ଦେଖାଯାଇଛି । ଫେନସି ଫଟୋ ରାକ୍ଷୀର ଚାହିଦା ଚଳିତ ବର୍ଷ ବେଶୀ ଥିବାର ଦେଖିବାକୁ ମିଳୁଛି । ବଡସାହି ବ୍ଲକ୍ ଅଧିନ ଦେଉଳିଆ ପଂଚାୟତର ଛାତ୍ରୀ ବିପାଶ ମହାପାତ୍ରଙ୍କ ଏହି ରାକ୍ଷୀ ପ୍ରସ୍ତୁତି ଚର୍ଚ୍ଚାରେ ରହିଛି । ତାଙ୍କ ନିକଟକୁ ଆମେରିକା, କାନାଡା, ଅଷ୍ଟ୍ରେଲିଆ ସହିତ ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର, କଟକ, ଭୁବନେଶ୍ବର, ଖୋର୍ଦ୍ଧା, ରାଉଲକେଲା, ବାଲେଶ୍ବର, ବାରିପଦା ଏବଂ ସ୍ଥାନୀୟ ଅଂଚଳରୁ ବହୁ ଅର୍ଡର ଆସିଥିବାର ସେ ପ୍ରକାଶ କରିଛନ୍ତି । ସେ ଟାଲେନଟେଡ ଓଡିଶା, ଆମ ଓଡିଶା କଳାକୃତି, ଓଡିଶା
ଟଲେଟ, ଓଡିଶା କଲଚର ଟ୍ରେଡିସନ, ଆର୍ଟଡମ ପ୍ଲାଟଫର୍ମ ଓ ଆର୍ଟ ଆକାଡେମୀ ୟେ ସହିତ ସହବନ୍ଧିତା ଥାଇ ବହୁ ଅଭିଜ୍ଞତା ମଧ୍ୟ ସାଉଂଟିଥିବାର ଜଣାଇଛନ୍ତି । ତାଙ୍କ ହାତ ତିଆରି ନିଆରା ହୋଇଥିବାରୁ ଏହା ଗ୍ରାହକମାନଙ୍କ ଦ୍ବାରା ବେଶ ଆଦୃତ ହୋଇଛି । ତାଙ୍କର ହସ୍ତଶିଳ୍ପ କାରିଗରୀର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ମାତ୍ର ନିଶା ତାଙ୍କର ଜଗନ୍ନାଥଙ୍କ ଫଟୋଚିତ୍ର ଆଙ୍କିବା । ଏତଦ୍ବାଦ ଆକର୍ଷଣୀୟ ସାମଗ୍ରୀ ଯଥା
କାନଫୁଲ, ରାକ୍ଷୀ, ଗ୍ରୀଟିଙ୍ଗସ କାର୍ଡ, ଫଟୋ ଫ୍ରେମ, ହାତ ତିଆରି ଅଳଙ୍କାର ଓ ଭାଲେନଟଟାଇନ କାର୍ଡ ସହିତ ଆକର୍ଷଣୀୟ ଜନ୍ମଦିନ ଉପହାର ଓ ଗୃହ ଉପକରଣ ପ୍ରସ୍ତୁତ କରି ସେ ଚର୍ଚ୍ଚାରେ ରହିଛନ୍ତି । ଏହା ପ୍ରସ୍ତୁତ କରିବାରେ ସେ ଏମ୍ବରଡୋରୀ ହୃପ, ଷ୍ଟୋନ, କଉଡି, ଲେସ, କାର୍ଡ ବୋର୍ଡ, ଲିପୋନଆର୍ଟ, ଧାନ, ବିଭିନ୍ନ ପ୍ରକାର ଵେନ, ମୟୂରଚାଳ, ରଙ୍ଗ ଓ ଅଠା ଇତ୍ୟାଦି ବ୍ୟବହାର କରିଥାନ୍ତି । ନିଜର ପ୍ରିୟଜନ ତଥା ସାଙ୍ଗକୁ ଉପହାର ଦେବା ପାଇଁ ତାଙ୍କ ସାମଗ୍ରୀର ଚାହିଦା ବେଶ ବଢୁଥିବା ବେଳେ ସ୍ଥାନୀୟ ଓ ଅନଲାଇନ ଗ୍ରାହକଙ୍କର ସଂଖ୍ୟା ତାଙ୍କର ବଢିବାରେ ଲାଗିଛି । ଇନସଟାଗ୍ରାମରେ ବାପାଶା ଆର୍ଟ
ଗ୍ୟାଲେରୀ ଓ ୟୁଟ୍ୟୁବରେ ଚ୍ୟାନେଲ ମାଧ୍ୟମରେ ମଧ୍ୟ ସେ ବେଶ ପରିଚିତ । ସିଜିନ ଅନୁଶାରେ ଓ ଅବଶ୍ୟକତାକୁ ଦୃଷ୍ଟିରେ ରଖି ସେ ତାଙ୍କର ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ଏହାକୁ ବିକ୍ରି କରି ସେ ସ୍ଵାବଲମ୍ବି ହୋଇ ପାରିଥିବାର କହନ୍ତି । ରୋଜଗାର ଅର୍ଥରୁ ସେ ଗରିବ ଗୁରୁବାଙ୍କ ସେବା କରିବା ସହିତ ସକ୍ଷମ ଅନୁଶାରେ ମନ୍ଦିରକୁ ମଧ୍ୟ ଦାନ କରୁଥିବାର ଜଣାଇଛନ୍ତି । ଏହି ସବୁ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ
ଜିନିଷ ସେ କିଛି ସ୍ଥାନୀୟ ମାର୍କେଟରୁ କିଣୁଥିବା ବେଳେ କିଛି ଜିନିଷ ଅନଲାଇନରେ ଅର୍ଡର କରିଥାନ୍ତି । +୨ ପରେ ଲେବରେଟୋରୀ ଟେକନିସିଆନରେ ସେ ସ୍ନାତକର ଶେଷ ବର୍ଷର ଛାତ୍ରୀ ହୋଇଥିବା ବେଳେ ପାଠ ସହିତ ନିଶା ତାଙ୍କର ଜଗନ୍ନାଥଙ୍କ ଫଟୋଚିତ୍ର ତିଆରି କରିବା। ପାଠ ପଢିବା ସହିତ ପରିବାର ତଥା ମୋ ମଥା ବାପାଙ୍କ ସପୋର୍ଟ ପାଇଁ ଚିତ୍ରକଳା ପ୍ରତି ମୁଁ ଆକୃଷ୍ଟ ହୋଇଛି ବୋଲି ସେ କହିଛନ୍ତି । ଏହି ଚିତ୍ରକଳା ପାଇଁ ପ୍ରଥମେ ପ୍ରଥମେ ମୁଁ ଆବଶ୍ୟକ କରୁଥିବା ବିଭିନ୍ନ ସାମଗ୍ରୀ ମୋତେ ଯୋଗାଇ ଦେବାରେ ମୋ ମଆ ବାପା ସାହାଯ୍ୟ ସହଯୋଗ କରିଥିବାରୁ ମୁଁ ଏଥିପ୍ରତି ଆକୃଷ୍ଟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହା ପରେ ପରେ ଲୋକ ଭଲପାଇବା ଓ ଚାହିଦା ମୋତେ ଆଗକୁ ବଢିବାର ପ୍ରେରଣା ଦେଇଛି ।