ବାଲିଆପାଳ (ସେଖ ଆଜାରୁଦ୍ଦିନ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ରିଲିଫ ଚାଉଳ ହଡପ ଘଟଣାକୁ କେନ୍ଦ୍ର କରି ଵିଜେଡି ଦଳ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବସ୍ତା ବିଧାୟିକା ସୁଵାସିନୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି କାର୍ଯ୍ୟାଳୟ ପରିସରରେ ବରିଷ୍ଠ କର୍ମକର୍ତ୍ତାଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସରପଞ୍ଚ ମହେଶ୍ବର ଜେନା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁରାମ ଦେ ମିଳିତ ଭାବେ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ଆସିଥିବା ୧୭୫ କୁୱଣ୍ଟାଲ ଚାଉଳକୁ ଆତ୍ମସାତ କରିବାର ପ୍ରୟାସ କରିଥିଲେ। ଏହି ଚାଉଳକୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ମସୁଧା କରୁଥିବା ସମୟରେ ଏହା ଜାଣି ପାରି ବିଜେଡି ପଞ୍ଚାୟତ ସଭାପତି ସରୋଜ ଦାସ ଓ ସମିତି ସଭ୍ୟ ଚନ୍ଦ୍ର ମୋହନ ଦାସଙ୍କ ସମେତ ଅନ୍ୟ କିଛି କର୍ମୀ ଗୋଦାମ ଘରକୁ ଜଗି ରହିଥିଲେ। ମାତ୍ର ସରପଞ୍ଚ ଚାଉଳ ଚୋରି କରିବା ମିଥ୍ୟା ଅଭିଯୋଗରେ ସେମାନଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏହାର ଦୃଢ ପ୍ରତିବାଦ କରିବା ସହିତ ଲୋକଙ୍କ ଚାଉଳ ବାଟମାରଣା କରିବା ଏବଂ ମିଥ୍ୟା ଅଭିଯୋଗରେ ନିର୍ଦ୍ଦୋଷ ଲୋକଙ୍କୁ ଫସେଇବା ପାଇଁ ଯେଉଁ ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋନ୍ଧୋରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବାଲିଆପାଳ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଦାସ, ଜିଲ୍ଲା ପରିଷଦ ନିଶାକର ସେଠି, ବେଣୁଧର ଜେନା ଓ ବିଜେଡି ନେତା ଅଜୟ ସାମଲ, ମହେଶ୍ବର ଜେନା, ନିତ୍ୟାନନ୍ଦ ଜେନା, ନବୀନ ପାତ୍ର, ସତ୍ୟାନନ୍ଦ ମହାନ୍ତି, ଅଜୟ ପାତ୍ର, ମୃତ୍ୟୁଞ୍ଜୟ ନାୟକ, ସଂଗ୍ରାମ ପରିଡା, ଶ୍ରୀକାନ୍ତ ନାଥ, ମନ୍ମଥ ବାରିକ, ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ପ୍ରଭାବିତ ଲୋକଙ୍କ ଚାଉଳ ବାଟମାରଣା କରିବା ଏବଂ ମିଥ୍ୟା ଅଭିଯୋଗ ରେ ବିଜେଡି କର୍ମୀଙ୍କ ଉପରେ ରୁଜୁ ହୋଇଥିବା ମାମଲା କୁ ପ୍ରତ୍ୟାହାର କରାନଗଲେ ବିଜେଡି ଆଗାମୀ ଦିନରେ ବ୍ଲକ, ଥାନା ଓ ଜିଲ୍ଲାପାଳ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
