
ନୂଆପଡା( ମିଖାଏଲ ନନ୍ଦ):ନୁଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଗତ ୨୮/୦୬/୨୦୨୫ ଜାତୀୟ ରାଜପଥ ୩୫୩ ବୋଡ଼େନ ଛକ ନିକଟରେ ଅବସ୍ଥିତ ଥିବା ତାଙ୍କ ଏସ ବି ଅଟୋ ସ୍ପୀୟର ଦୋକାନ ଭିତରେ କାର୍ଯ୍ୟ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ମର ମରଣ।ମ୍ମକ ଆକ୍ରମଣ କରିଥିଲେ ପ୍ରାୟ ସନ୍ଧ୍ୟା 6 ଛଅ ଟା ସମୟରେ ତିନି ଜଣ ଅସାମାଜିକ ଯୁବକ ଦୋକାନରେ ପଶି ଅତର୍କିତ ଭାବେ ଷ୍ଟିଲ ରଡ ସାହାଯ୍ୟରେ ସାମ୍ବାଦିକ ସତ୍ୟବ୍ରତ ଷଡ଼ଙ୍ଗୀ ଙ୍କୁ ନିର୍ମମ ଭାବରେ ଆକ୍ରମଣ କରି ଗୁରୁତର ଆହାତ ହୋଇ ଅଚେତ୍ ହୋଇ ପଡ଼ିଥିଲେ ପୋଲିସ୍ ଖବର ପାଇ ଘଟଣା ସ୍ଥଳ ରେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଥିଲେ। ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ନୂଆପଡା ମୂଖ୍ୟ ଚିକି୍ସାଳୟକୁ ସ୍ଥାନାନ୍ତରିତ କରାଯଇଥିଲା। ପରେ ୨୯/୦୬/୨୦୨୫ ରେ ପରିବାର ଲୋକେ ଖଡ଼ିଆଳ ଥାନାରେ ତିନି ଜଣଙ୍କ ନାମରେ କେସ ଦୟାର କରିଥିଲେ। କେସ ନମ୍ବର -୧୯୬,୨୯ ଜୁନ ୨୦୨୫ ବିଏନଏସ ଧାରା,୨୯୬,୧୧୫(୨),୧୧୭(୨),୧୦୯(୧),୩୫୧(୩), ଓ 3(୫) ଦଫା ରେ ପୋଲିସ୍ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଖୋଜିବାରେ ଲାଗିଥିବା ବେଳେ ଗତ କାଲି ବୋଡ଼େନ ବ୍ଲକ୍ ପଲସଦା ଗ୍ରାମ ରୁ ଦୁଇ ଜଣ ଧରିବାରେ ସଫଳ ହୋଇଛି। ଗିରଫ ଦୁଇ ଜଣ ହେଲେ ସୁମନ୍ତ ଶଗରିଆ ଓ ଆଲୋକ ସାହୁ ନାମକ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି ଆଉ ଜଣେ ଅଭିଯୁକ୍ତ ଆଲୋକ ସାହୁ ଫେରାର ଥିବବେଳେ ଖୁବ୍ ଶୀଘ୍ର ଗିରଫ କରିବାକୁ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି