ସୋରରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା
ସୋର, ୨୪/୧୧ (ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)- ସୋର କଳାଘର ଠାରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ “କ’ବର୍ଗରେ ୧୦୨ଜଣ ଏବଂ ଷଷ୍ଠ ରୁ ଦଶମ ଶ୍ରେଣୀ “ଖ’ ବର୍ଗରେ ୧୦୧ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳାଘରର ଅଧ୍ୟକ୍ଷା ଦିପ୍ତୀରାଣୀ ଦଣ୍ଡପାଟ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଉଦଘାଟନ କରିଥିଲେ। ନୀରୀକ୍ଷକ ଭାବେ ଯୋଗ ଦେଇଥିଲେ ମୋନଜ କୁମାର ଜେନା, ଅତୁଲ୍ୟ କୁମାର ଦେ, ତୃପ୍ତିମୟୀ ଜେନା ଓ ପୁଷ୍ପଲତା ନାୟକ। ଅରୋ ଆଶିଷ ବଲ୍ଲଭ ସାହୁ ପ୍ରତିଯୋଗିତା ସଂଯୋଜନା କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ଜିଲା ସମ୍ପାଦକ ରାମଚନ୍ଦ୍ର ପୃଷ୍ଟି ଯୋଗ ଦେଇଥିଲେ। ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ପ୍ରତିଯୋଗୀମାନଙ୍କୁ ଜାନୁୟାରୀ ୧୨ତାରିଖ ସ୍ୱାମୀଜୀଙ୍କ ଜନ୍ମ ଦିବସରେ ପୁରସ୍କୃତ କରାଯିବ ବୋଲି ପ୍ରତିଷ୍ଠାନ ତରଫରୁ ସୂଚନା ଦିଆଯାଇଥିଲା।
