ସୋରରେ ନିଆରା ଓ ଆକର୍ଷଣୀୟ ପରମ୍ପରା : ରାସ ପୂର୍ଣ୍ଣିମାରେ ଭାସିଲା ୧୬୦ଫୁଟର ଡଙ୍ଗା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ଆଜି ପବିତ୍ର ରାସ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ।ଏ ନେଇ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ।ପଞ୍ଚୁକର ପବିତ୍ର ଅବସରରେ ଡଙ୍ଗା ଭସା ପାଇଁ ସବୁଠି ଉତ୍ସବମୁଖର ପରିବେଶ। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ଠାରେ ଦେଖିବାକୁ ମିଳିଛି ଏକ ନିଆରା ପରମ୍ପରା। ପୋଖରୀରେ ଭସାଯାଇଛି ୧୬୦ ଫୁଟ୍ର ବିଶାଳ ଡଙ୍ଗା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଦନ ମୋହନ ଯୁବକ ସଂଘ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଓଡ଼ିଆ ପରମ୍ପରା ଓ ଐତିହ୍ୟର ଏକ ଅନନ୍ୟ ପରିଚୟ ହେଉଛି ଡଙ୍ଗା ଭସା। ପଞ୍ଚୁକର ପବିତ୍ର ଅବସରରେ ଏହି ପରମ୍ପରାକୁ ନେଇ ମାଣତ୍ରୀ ଅଞ୍ଚଳରେ ଦେଖିବାକୁ ମିଳିଛି ବିଶେଷ ଉତ୍ସାହ। ଏହି ବିଶାଳ ଡଙ୍ଗାକୁ ଦେଖିବା ସହ ପରମ୍ପରାର ସାକ୍ଷୀ ହେବାକୁ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ଉତ୍ସାହ l ପରମ୍ପରାକୁ ବଞ୍ଚାଇ ରଖିବା ସହ ଆଗାମୀ ପିଢ଼ିକୁ ଓଡ଼ିଆ ସଂସ୍କୃତିର ପରିଚୟ ଦେବାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ଏ ବର୍ଷ ର ବିଶେଷ ପ୍ରଦର୍ଶନ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କ ମହିମାକୁ ସୁନ୍ଦର ଭାବେ କମିଟି ପକ୍ଷରୁ ଡଙ୍ଗାରେ ପ୍ରଦର୍ଶିତ କରାଯାଇଛି।
