ଅଭିଯୋଗ ଶୁଣାଣୀରେ ଅଭିଯୋଗ କଲେ ମେଟ ବା ଗାଁସାଥୀ,
ନୂଆଗଡ଼ ବ୍ଲକକୁ ଦାଦନ ପ୍ରବଣ ପଞ୍ଚାୟତ ସମିତି ଭାବେ ଗ୍ରହଣ କରିବାକୁ ଦାବି
୧୦୦ ଦିନ ପରିବର୍ତ୍ତେ ୩୦୦ ଦିନର କର୍ମନିଯୁକ୍ତି ଦେବା ନିମନ୍ତେ ଅଭିଯୋଗ
ଗଜପତି ( ଟିକି ଲିମା)
ନୂଆଗଡ଼; ୨୧/୭ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ସମ୍ବଲପୁର ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲା ପ୍ରଶାସନର ଜନ ଅଭିଯୋଗ ଶୁଣାଣିରେ ନୂଆଗଡ଼ ବ୍ଲକକୁ ଦାଦନ ପ୍ରବଣ ପଞ୍ଚାୟତ ସମିତି ଭାବେ ଗ୍ରହଣ କରି ମନରେଗା ଯୋଜନାର ଜବ କାର୍ଡ ଧାରୀ ଅଣ କୁଶଳୀ ଶ୍ରମିକ ମାନଙ୍କୁ ୧୦୦ ଦିନ ପରିବର୍ତ୍ତେ ୩୦୦ ଦିନର କର୍ମ ନିଯୁକ୍ତି ଦେବା ନିମଣ୍ଟେ ଦରଖାସ୍ତ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି ମେଟ୍ ବା ଗାଁସାଥୀ। ସୂଚନା ପ୍ରକାରେ ଏହି ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଏଠାକାର ଲୋକେ ନୀତି କୁଲି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରନ୍ତି। ଅଞ୍ଚଳରେ ମଜୁରୀ କାର୍ଯ୍ୟ ଠିକ ଭାବରେ ପାଇ ପାରୁନଥିବାରୁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ପରିବାରର ପ୍ରତି ପୋଷଣ କରନ୍ତି। ସରକାରଙ୍କ ଲୋକାଭିମୁଖୀ ମନରେଗା ଯୋଜନା ମାଧ୍ୟମରେ ଜବ କାର୍ଡ ଅଣ କୁଶଳୀ ଶ୍ରମିକ ମାନେ ୧୦୦ ଦିନର କର୍ମ ନିଯୁକ୍ତି ପାଇବା ପରେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ରାଜ୍ୟ ସରକାର ଅଞ୍ଚଳର ଅଣ କୁଶଳୀ ମାନଙ୍କ ପାଇଁ ସୁଚିନ୍ତା କରି ଜିଲ୍ଲାର ନୂଆଗଡ଼ ଏବଂ ମହନା ବ୍ଲକକୁ ଦାଦନ ପ୍ରବଣ ବ୍ଲକ ଭାବରେ ଘୋଷଣା କରି ଥିଲେ। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିଷ୍ପତି ପ୍ରକାରେ ନୂଆଗଡ଼ ବ୍ଲକର ମନରେଗା ଯାଯୋନାର ଜପକାର୍ଡ ଧାରି ଅଣ କୁଶଳୀ ଶ୍ରମିକ ମାନଙ୍କୁ ବର୍ଷରେ ୧୦୦ ଦିନ ପରିବର୍ତ୍ତେ ୩୦୦ ଦିନର କର୍ମ ନିଯୁକ୍ତି ପାଉଥିଲେ। କିନ୍ତୁ ଚଳିତ ବର୍ଷ ୨୦୨୫-୨୬ ଆର୍ଥିକ ବର୍ଷରେ ଦୀର୍ଘ ୫ମାସ ହେଲାଣି ୧୦୦ ଦିନରୁ ଅଧିକ କର୍ମ ନିଯୁକ୍ତି ପାଇ ପାରୁ ନାହାଁନ୍ତି ଅଣ କୁଶଳୀ ତେଣୁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ସରକାରଙ୍କ ନିଷ୍ପତି ପ୍ରକାରେ ଏହି ବ୍ଲକ ଦାଦନ ପ୍ରବଣ ପଞ୍ଚାୟତ ସମିତି ଭାବେ ଗ୍ରହଣ କରି ମନରେଗା ଯୋଜନାର ଜବ କାର୍ଡ ଧାରୀ ଅଣ କୁଶଳୀ ଶ୍ରମିକ ମାନଙ୍କୁ ୩୦୦ ଦିନର କର୍ମ ନିଯୁକ୍ତି ଦେବା ନିମନ୍ତେ। ଜିଲ୍ଲା ପ୍ରଶାସନ ଜଣ ଅଭିଯୋଗ ଶୁଣାଣିରେ ବ୍ଲକର ମେଟ୍ ବା ଗାଁସାଥୀ ମାନେ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଛନ୍ତି।
