ଶିକ୍ଷାବିତ କରୁଣାକର ରାଉତଙ୍କ ସ୍ମୃତିଚାରଣ ସଭା
ଆଗରପଡ଼ା,(ନିପ୍ର) କାଣ୍ଡବା
ଗ୍ରାମବାସୀ ତଥା ବିଶିଷ୍ଟ ଶିକ୍ଷାବିତ କରୁଣାକର ରାଉତଙ୍କ ଏକାଦଶାହ କାର୍ଯ୍ୟରେ ତାଙ୍କ ବାସଭବନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କ ସ୍ମୃତିଚାରଣ କରିଥିଲେ । ଡ. ଭାଗବତ ତ୍ରିପାଠୀ, ମୀନାକ୍ଷୀ ଉଦଗାତା,ଅଲେଖ ନାୟକ, ପ୍ରଣୟ ସିଂହ, ଫକୀର ବାରିକ, ଜୟନ୍ତି ସାହୁ, ହରେକୃଷ୍ଣ ସାହୁ, ଉପେନ୍ଦ୍ର ବିଶ୍ଵାଳ, ଭାସ୍କର ପାଢ଼ୀ, ନାରାୟଣ ଲେଙ୍କା, ଚତୁର୍ଭୁଜ ପହି, ରବିନ୍ଦ୍ର ଆଇଚ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଶିକ୍ଷାବିତି କରୁଣାକର ରାଉତ ପ୍ରଥମେ ନିଜ ଗ୍ରାମ କାଣ୍ଡ ବା ପ୍ରାଇମେରୀ ସ୍କୁଲରେ ଚାକିରିଆରମ୍ଭ କରିଥିଲେ ପରେ ଗୋପିନାଥପୁର ପଞ୍ଚାୟତର ସନ୍ଦାଡ଼ବନ୍ତ ବ୍ଲକର ବସନ୍ତି ଆଶେଷ କାଣ୍ଡବା ସ୍କୁଲରେ ଅବସର ଗ୍ରହଣ କରିଥିଲ। ସେଥିଲେ ଗଣିତରେ ମାଷ୍ଟର ତାଙ୍କ ପାଖରେ ପାଠ ପଢୁଥିବା ଛାତ୍ରଛାତୀମାନେ ଇଞ୍ଜ ନିଅର, ଡାକ୍ତର, ଶିକ୍ଷକ, ଅଧ୍ୟାପକ ଚାକିରି କରି ନିଜକୁ ଗର୍ବ କରିଥିଲେ ବୋଲି ଏହି ସ୍ମୃତିଚାରଣ ସଭାରେ ବଖାଣୀ ଥଲେ । ନରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ନିରଞ୍ଜନ ରାଉତ, ବରୁଣ ଚନ୍ଦ୍ର ରାଉତ. ନୁଖୁଲି(ନଖ ) ରାତତ, ଚକ୍ରଧର ରାତତଙ୍କ ସମେତ ପରିବାରବର୍ଗ ପରିଚାଳନାରେ ସହାୟତା କରିଥିଲେ ।
