କଣିହାଁରେ କଂଗ୍ରେସର ଓଡିଶା ବନ୍ଦ ପାଳନ
କଣିହାଁ: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥ ଜଣାଇ କଣିହାଁ ବ୍ଲକ କଂଗ୍ରେସ ପକ୍ଷରୁ ସମଲ ଟୋଲଗେଟ ଛକରେ ବନ୍ଦ ପାଳନ କରାଯାଇଛି। ପାଳଲହଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁବ୍ରତ କୁମାର ଗ଼ଡନାୟକଙ୍କ ନେତୃ ତ୍ୟ ରେ ବହୁ କଂଗ୍ରେସ କର୍ମୀ ଏକ ତ୍ରିତ୍ ହୋଇ ବିଭିନ୍ନ ନାରା ଦେଇ ପ୍ରତିବାଦ କରି ଥିଲେ । ଭୋଟ ବାଞ୍ଛାଅ , ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବାଞ୍ଛାଅ,ଦେଶ ବାଞ୍ଛାଅ,ନାରା ଦେଇ କର୍ମୀ ମାନେ ସମଲ ଅଞ୍ଚଳର ଦୋକାନ ବଜାର ଓ ଯାତାୟାତକୁ ବନ୍ଦ କରିଥିଲେ ।ଫଳରେ ରାସ୍ତାର ଶହ ଶହ ଗାଡି ଅଟକି ରହିବା ସହ କଣିହାଁ ଅଞ୍ଚଳରେ ଜନଜୀବନ ଓ ଯାତାୟାତ ପ୍ରଭାବିତ ହୋଇଥିଲା । ଏହି ବନ୍ଦ ପାଳନରେ ନାରଣ ଶତପଥୀ, ନରେନ୍ଦ୍ର ଗଡନାୟକ୍, ପ୍ରତାପ ବେହେରା, ସୁବାଷ ଦାସ୍, ସୁଶାନ୍ତ କୁମାର ବେହେରା, ଧନୁର୍ଜୟ ସାମଲ , ପ୍ରମୋଦ ବେହେରା, ଦୀପକ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇ ଥିଲେ ।
ତାଳଚେର ରୁ କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
